Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରୀ ସହରରେ ସି.ସି କେମେରା ଲଗାଯିବା ପାଇଁ ସାଧାରଣରେ ଦାବି

ଗୁଡ଼ାରୀ,ଗତ ୭ ମାସ ତଳେ ୬ବର୍ଷର ଝିଅ ସାଇ ସରୁପାର ନିଖୋଜ ଘଟଣା ଗୁଡାରୀ ଜନସାଧାରଣ ମନକୁ ଶକ୍ତ ଧକ୍କା ଲାଗିଥିଲା ।ଗୁଡାରି ରେ ପ୍ରଥମ କରି ପିଲା ଚୋରି ଘଟଣା ଘଟିଥିବାରୁ ନିଜ ଘରର ପିଲାମାନଙ୍କୁ ନେଇ ଗୁଡାରୀ ଜନସାଧାରଣ ଚିନ୍ତା ପ୍ରକଟ କରିଥିଲେ। ପୋଲିସ ପ୍ରଶାସନ ନିଜର ଚେଷ୍ଟା ଯାହିର ରଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନି। ୟାର ପାଞ୍ଚ ମାସ ପରେ ୨୦୨୩ ମାର୍ଚ୍ଚ ୫ ତାରିଖ ଦିନ ଗୁଡ଼ାରୀ ମେଇନ ରୋଡ ଛକରେ ଖେତାଗୁଡା ଗ୍ରାମର ଦେବେନ୍ଦ୍ର ଶବର ନାମକ ଜଣେ ଲୋକ ଠାରୁ ଦିବାଲୋକରେ କିଛି ଦୁର୍ବୁତ୍ତ ଗାଡି ଡିକି ଭାଙ୍ଗି ୭୦ ହଜାର ଟଙ୍କା ନେଇଯାଇଛନ୍ତି। ଏମିତିରେ ବର୍ଷକ ମଧ୍ୟରେ ଆଉ ଗୋଟେ ଘଟଣା ଜନସାଧାରଣଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ଗୁଡାରୀ ସହରକୁ ଗମନାଗମନର ସୁବିଧା ହେବା ପରେ ରାଜ୍ୟ ତଥା ପୋଢ଼ଶୀ ରାଜ୍ୟ ଗୁଡିକରୁ ସବୁ ସମୟରେ ବୁଲା ବିକାଳି ମାନେ ଯିବା ଆସିବା କରନ୍ତି, ଏମାନେ କଣ ପାଇଁ ଆସନ୍ତି ! ସତରେ କଣ ନିଜର ପେଟପାଟଣା ପାଇଁ ଆସନ୍ତି ,ନା ଅନ୍ୟ କୌଣସି ଉଦ୍ଦେଶ ନେଇ ଆସନ୍ତି ଏହାର ଖୋଜ ଖବର ପ୍ରଶାସନ ପାଖରେ ଅଛି ନା, ସହରର ଜନସାଧାରଣ ପାଖରେ ଏହାଏକ ପ୍ରଶ୍ନ ବାଚି। କିଛି ଲୋକ ସୁନା ସଫାକରିବା ଆଳରେ ଆସି ସୁନା ଅଳଙ୍କାର ଲୁଟି ନେଉଛନ୍ତି।ଏମିତି ଅନେକ ପ୍ରକାର ଦୁର୍ଘଟଣା ଘଟୁଛି ଗୁଡାରି ସହରରେ।ଗୁଡାରି ସହରର ବିଭିନ୍ନ ସ୍ଥାନରେ ସି ସି କ୍ୟାମେରା ଲଗାଇବା ପାଇଁ ସାଧାରଣରେ ଦାବି ହୋଇଛି। କୌଣସି ଅଘଟଣ ଘଟିଲେ ଅତି ଶିଘ୍ର କେମେରା ଦ୍ଵାରା ଧରା ପଢ଼ନ୍ତି । ଗୁଡାରୀ ସହରର ଆକାର ବଢିବା ସହ ଜନସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଏଣୁ ସି.ସି କେମେରା ଗୁଡାରୀ ଏନଏସି ରେ ଲାଗିବା ନିତ୍ୟାନ୍ତ ଆବଶ୍ୟକ କାରଣ ଆଗକୁ ବଡ଼ ଧରଣ ଅଘଟଣ ନ, ଘଟିବ କିଏବା କହି ପାରିବ ଏଥି ପୂର୍ବରୁ ଏହା ସ୍ଥାୟୀ ସମାଧାନ କରିବା ଉଚିତ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି।