Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ବାଇକ ସହ ଗଞ୍ଜେଇ ଜବତ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଏବଂ ଫିରିଙ୍ଗିଆ ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ଗୋଛାପଡା ପୁଲିସ ୩ଟି ବାଇକ ସହ ୧୦୪ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଥିବା ବେଳେ ଘଟଣା ସ୍ଥଳରୁ ବାଇକ ସହ ଗଞ୍ଜେଇ ଛାଡି ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋଛାପଡା ଥାନା ଟକେରିଗୁଡା ନାଳ ନିକଟରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ମାଫିଆ ମାନେ ଗାଡି ସହ ଗଞ୍ଜେଇକୁ ଛାଡି ଫେରାର ହୋଇଯାଇଥିଲେ। ଗୋଛାପଡା ଥାନାରେ ଏହି ଘଟଣାକୁ ନେଇ ୨୪/୨୦୨୪ରେ ଏକ ମାମଲା ରୁଜୁ କରି ଜବତ ବାଇକ ସହ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କ ପରିଚୟ ମିଳି ସାରିଛି। ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ