ସିକ୍ସ ଷ୍ଟାର କପ୍ କ୍ରିକେଟ୍ ଟୁର୍ନାମେଣ୍ଟ : ୬ ୱାଇକେଟ୍ ରେ ପିଥମପୁର ବିଜୟୀ


ସମ୍ବଲପୁର(ନୁଆବରଙ୍ଗାମାଲ):ଯୁଯୋମୁରା ବ୍ଲକ ନୁଆବରଙ୍ଗାମାଳ ପଞ୍ଚାୟତ କୁଲଶର ଠାରେ ସିକ୍ସ ଷ୍ଟାର କପ୍ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରେ ୬ ୱାଇକେଟ୍ ରେ ପିଥମପୁର ଦଳ ବିଜୟୀ ହୋଇଥିବା ବେଳେ ଉପ ବିଜେତା ଭାବେ ବିଶାଲଖିଣ୍ଡା କପ୍ ହାସଲ କରିଛନ୍ତି I ଏହି ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଵିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ମୁଖ୍ୟ ଅତିଥି, ଜ଼ିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ କବିତା ସାହୁ ଏବଂ ପୂର୍ବତନ ବ୍ଲକ ଅଧକ୍ଷ ଶରତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ I ପ୍ରଥମେ ବ୍ୟାଟିଂ କରି କୁଲଶର ଦଳ ନିର୍ଦ୍ଧାରିତ ୮ ଓଭରରେ ୮ ୱାଇକେଟ୍ ବିନିମୟ ରେ ୫୧ ରନ୍ ସଂଗ୍ରହ କରିଥିଲେ I ପିଥମପୁର ଦଳ ୪ ୱାଇକେଟ୍ ହରାଇ ମାତ୍ର ୫.୩ ଓଭର ରେ ୫୪ ରନ କରି ୬ ୱାଇକେଟ୍ ରେ ବିଜୟୀ ହୋଇଛନ୍ତି I ଏହି ଖେଳ କୁ ଅମ୍ପାୟାର ଭାବେ ସୁଶାନ୍ତ ବେହେରା, ସରୋଜ ବଗର୍ତ୍ତୀ ଏବଂ ବଳରାମ ପୋଢ଼ ପରିଚାଳନା କରିଥିବାବେଳେ ୩ ଦିନ ଧରି ଅଶୋକ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ I କ୍ଳବ ର ନିକୁଞ୍ଜ ପ୍ରଧାନ, ପାର୍ଥ ପଶାୟତ, ମୁକେଶ ପ୍ରଧାନ, ଲୋକେଶ ପାତ୍ର, ଚନ୍ଦନ ପ୍ରଧାନ, ଅଶ୍ବିନୀ ପ୍ରଧାନ, ବାବୁଲାଲ ଖାନ, ମନୋଜ ଦାସ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ I ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ I ବିଜେତା ଦଳ କୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଏବଂ ଉପ ବିଜେତା ଦଳ କୁ ଟ୍ରଫି ସହିତ ନଗଦ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା I

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।