Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍ ଉପରେ ହାଇଓ୍ବା ଚଢିଗଲା: ବାଇକ ଚାଳକ ମୃତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ହନୁମାନ ମନ୍ଦିର ନିକଟରେ ବାଇକ୍ ଉପରେ ଚଢିଗଲା ହାଇଓ୍ବା l ଏହି ହାଇଓ୍ବା ସାମ୍ନାରେ ଯାଉଥିବା ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ଶେଷଦେବ ନାୟକ(୨୮ ବର୍ଷ) ବୋଲି ଜଣାପଡିଛି। ସେ ଫୁଲବାଣୀ ସରକାରୀ ଆଇଟିଆଇ ନିକଟରେ ଘରଭଡା ନେଇ ରହୁଥିଲେ ଏବଂ ନିର୍ମାଣାଧୀନ ମେଡିକାଲ କଲେଜ କାମରେ ନିୟୋଜିତ ଥିଲେ l ସୂଚନାନୁଯାୟୀ, ଶେଷଦେବ ନାୟକ ସୋମବାର ସକାଳେ ନିଜ ଘରୁ ମେଡ଼ିକାଲ କଲେଜ ଆଡକୁ ଯାଉଥିବା ସମୟରେ ଏକ ହାଇଓ୍ବା ତାଙ୍କ ବାଇକକୁ ପଛରୁ ଧକ୍କା ଦେଇଥିଲା। ସେ ଗାଡିରୁ ଛିଟିକି ପଡିବା ଯୋଗୁଁ ଗାଡି ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ମଧ୍ୟ ମେଡିକାଲ କଲେଜ କାମରେ ନିୟୋଜିତ ଥିବା ଜଣାପଡିଛି। ଗାଡି ସହ ଡ୍ରାଇଭର ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ମୃତକଙ୍କ ଭାଇ ଅଭିମନ୍ୟୁଙ୍କ ଏତଲା ଆଧାରରେ ଟାଉନ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଅବ୍ୟାହତ ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ