Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଗକୁ ଆହୁରି ବଢିବ ତାତି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସକାଳୁଆ କ୍ଲାସ୍ କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଜାରି କରିଛି। ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ସକାଳ ୭ରୁ ୧୧ଟା ୩୦ ଯାଏ ହେଉଛି ମର୍ଣ୍ଣିଂ କ୍ଲାସ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏବଂ ପିଲାଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ସହ ଓଆର୍‌ଏସ୍‌ର ଓ ଫ୍ୟାନର ବ୍ୟବସ୍ଥା କରାଯାଇଛି।

ଯଦି ତାତି ଆହୁରି ବଢେ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଖରା ବଢ଼ିଲେ କ୍ଲାସ୍ ସମୟ କମାଇବାର ନିଷ୍ପତ୍ତି ନେବେ ଜିଲ୍ଲାପାଳ । ମେ ୫ରୁ ଜୁନ୍ ୧୭ ଯାଏଁ ପିଲାଙ୍କ ଖରାଛୁଟି ରହିଛି।