Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ ଛାଲ ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରାଯାଇଛି। ଘଟଣାରେ ଦାରିଙ୍ଗବାଡି ଥାନା ଅଧୀନ ଗୋହିବାଡ଼ିର ଘନେଶ୍ବର ପ୍ରଧାନ (୩୫) ଙ୍କୁ ଗିରଫ କରାଯାଇଛି। ଘନେଶ୍ବର ନିକଟରେ ବାଘଛାଲ ଓ ବନ୍ଧୁକ ଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ତାକୁ ଗିରଫ କରାଯାଇ ଦାରିଙ୍ଗିବାଡ଼ି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା।ଏ ନେଇ ଏସ୍‌ଟିଏଫ୍‌ ଟିମ ଏକ ମାମଲା ରୁଜୁ କରିଛି। ଏହି ଚଢ଼ଉରେ ଏସ୍‌ଟିଏଫ୍‌ ସମେତ ଫୁଲବାଣୀ ଏବଂ ବାଲିଗୁଡ଼ା ବନଖଣ୍ଡର କର୍ମଚାରୀ ମ‌ାନେ ସାମିଲ ଥିଲେ। ତେବେ ଜବତ ହେବା ପରେ ଏହି ଚିତାବାଘ ଛାଲର ପରୀକ୍ଷଣ ପାଇଁ ଡେରାଡୁନ୍‌ ସ୍ଥିତ ଡବ୍‌ଲ୍ୟୁଆଇଆଇକୁ ପଠାଯାଇଛି ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ହୋଇଥିବା ଦେଶୀ ବନ୍ଧୁକକୁ ରସୁଲଗଡ଼ ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ ଲାବୋରେଟୋରିକୁ ପଠାଯାଇଛି। ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ