ଅସହ୍ୟ କଲାଣି ତାତି; ଆଜିଠୁ ଆହୁରି ବଢିବ


ଭୁବନେଶ୍ୱର: ଅସହ୍ୟ କଲାଣି ତାତି। ଜଳୁଛି ସାରା ରାଜ୍ୟ। ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ଗତକାଲି ୪୦.୪ ଡିଗ୍ରୀ ସହିତ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ରାଜଧାନୀ ଭୁବନେଶ୍ବର ସ୍ବାଭାବିକ ତାପମାତ୍ରାଠାରୁ ୩ ଡିଗ୍ରୀ ବଢିଛି ତାପମାତ୍ରା। ଏହାସହିତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ମଧ୍ୟ ସ୍ବାଭାବିକ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।