Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ସଞ୍ଜିବ କୁମାର ମିଶ୍ର ଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା :ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାରେ କାର୍ଯକାରୀ ହୋଇଥିବା ଆକାଂକ୍ଷୀ ଜିଲ୍ଲା ର ବିଭିନ୍ନ ଯୋଜନା ର ସମୀକ୍ଷା କରିଛନ୍ତି।ଶ୍ରୀ ସଂଜୀବ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଜିଲାପାଳ ପି ଅନ୍ୱେଷା ରେଡ୍ଡୀ, ସି ଡ଼ି ଓ ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ, ଉପ ଜିଲ୍ଲାପାଳ, ଧର୍ମଗଡ ଧୀମନ୍ ଚକମା, ସି ଡି ଏମ ଓ ଶୁଚେତା ପାଣି ଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଗତ ୧୧.୨.୨୦୨୪ ରିଖ ରେ ପ୍ରଥମ ଦିନ ଗସ୍ତରେ ଥୁଆମୁଲ ରାମପୁର ଅଞ୍ଚଳ ର ମା ଗୃହ, ଵାଇକ୍ ଆମ୍ବୁଲାନ୍ସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ, ବାଳିସରା ଟେରାକୋଟା କାମ, କାନିଗୁମା କଫି ବଗିଚା,ଗୋପାଳପୁର ଏସ ଏସ ଡି ବାଳିକା ବିଦ୍ୟାଳୟ, ମିଶନ ଶକ୍ତି କ୍ୟାଫେ,ମା ମାଣିକେଶ୍ବରୀ ମନ୍ଦିର, ହେଲୋ ପଏଣ୍ଟ, ସାନଛତ୍ରଙ୍ଗର କେଜ କଲ୍ଚର ଏବଂ ଦ୍ୱିତୀୟ ଦିନ ଆଜି କଲମପୁର ବ୍ଲକ ରେ ବଙ୍କାପଲାର ଅଙ୍ଗନ୍ ବାଡି କେନ୍ଦ୍ର, ଛତୁଚାଷ, କଦଳିଚୁଆଁ ଓ ଶାଗବାରି ର ହାଇବ୍ରିଡ ଟମାଟୋ ଓ କଦଳୀ ଚାଷ, ଧନପୁର ଅଚ୍ୟୁତାନନ୍ଦ ୫ଟି ହାଇସ୍କୁଲ ,ବନ୍ଧକନା ପ୍ରାଥମିକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର, ସୁକନ୍ୟା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। କେନ୍ଦ୍ର ପ୍ରଭାରୀ ଙ୍କ ସହ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,କଳାହାଣ୍ଡି,ଥୁଆମୁଳ ରାମପୁର ବି ଡି ଓ,କଲମପୁର ବି ଡି ଓ, ଡି ଏସ ଡବ୍ଲୁ ଓ, ଡି ଡି ପ୍ଲାନିଙ୍ଗ, ଡି ଡି ଏଚ୍ଚ, ଡି ପି ଏମ (ଏନ୍ ଏଚ ଏମ)ଗସ୍ତ କରିଥିଲେ।
ଆଜି ବୈଠକ ରେ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗରେ ଉନ୍ନତି ଯଥା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ଟୀକାକରଣ,ଶିଶୁ ମୃତ୍ୟୁହାର,ମାତୃ ମୃତ୍ୟୁହାର , ଆନେମିଆ, ଲିଙ୍ଗ ଅନୁପାତ,ମା ଗୃହ, ସ୍ଵାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ଅଙ୍ଗନବାଡ଼ି କେନ୍ଦ୍ର, ପୋଷଣ, ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷା, ଡ୍ରପ ଆଉଟ୍ ହାର, ବିଦ୍ୟାଳୟ ପରିମଳ, ସାକ୍ଷରତା,ଜିଲ୍ଲା ପ୍ରଶାସନ ଦ୍ବାରା “ପଢିବାକୁ ଶିଖିବା: ଶିଖିବାକୁ ପଢ଼ିବା”, ସ୍କୁଲ୍ ଡାକୁଛେ ଆ, କୃଷି ବିଭାଗରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା, କୃଷି ଋଣ ର ଅଗ୍ରଗତି, ଧାନ ଓ କପାର ଉତ୍ପାଦନ, ଭିତ୍ତିଭୂମି ରେ ଗ୍ରାମାଞ୍ଚଳ ରେ ଗୃହମନଙ୍କରେ ଶୌଚାଳୟ, ବିଦ୍ୟୁତକରଣ,ରାସ୍ତା, ଜନସେବା କେନ୍ଦ୍ର, ଅଟଳ ପେନସନ, ଜନଧନ ଯୋଜନା,ମୁଦ୍ରା ଯୋଜନା ରେ ସୂଚକ ର ଅଗ୍ରଗତି ଓ ବିଫଳତାକୁ ସମୀକ୍ଷା କରି ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ପଚାରିଥିଲେ। ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସି ଡି ଏ ଓ,ସି ଡି ଭି ଓ,ସି ଡି ଏମ ଓ,ଡି ଏସ ଡ ବ୍ଲୁ ଓ, ଡି ଡି ପ୍ଲାନିଂ, ଡି ଆଇ ପି ଆର୍ ଓ, ଇ ଈ ଆର୍ ଡବ୍ଲୁ ଡି, ଏସ ଇ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ, ଡି ଡି ଏଚ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ