Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଷିଡା କପ ଫୁଟବଲ ଟୁର୍ଣ୍ଣାମ୍ୟାଚ ଉଦଯାପିତତୁଷୁରା ଦଳ ଚମ୍ପିୟାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ବୁଧବାର ଫାଇନାଲ ମ୍ୟାଚ କନ୍ଧମାଳ ଓ ତୁଷୁରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ୨/୦ ଗୋଲ ରେ ତୁଷୁରା ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ।ଏହି ଅବସରରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେଦ୍ର ରଣା,ରିଷିଡା ସରପଞ୍ଚ ସେବତୀ ରଣା, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା ,ଯୁବ ଉଦ୍ୟୋଗପତି ଶିଵ ଲାଲ କେଡ଼ିଆ , ଯୁବ ନେତା ଦଲଜିତ ସିଂ, ଗଜବାହାଲ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଗହୀର,ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ସଭାପତି ନରୋତ୍ତମ ସେଲମା, ପ୍ରମୁଖ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ।
ଟୁର୍ଣ୍ଣାମ୍ୟାଚ ସଭାପତି ନରୋତ୍ତମ ସେଲମା ,ସମ୍ପାଦକ ସୌମ୍ୟ ରଞ୍ଜନ ତ୍ରିପାଠୀ, କୋଷଧକ୍ଷ୍ୟ ଲିପୁନ ରଣା, ଯୁବମାଞ୍ଚ ସଭାପତି ରଞ୍ଜନ ନାଏକ, ସମ୍ପାଦକ ବୁଲୁ ଭୋଇ, ଉପ ସଭାପତି କୈଳାସ କୁମୁରା, ଗିରିଶ ଚନ୍ଦ୍ର ସୁନା, ସଂଗଠନ ସମ୍ପାଦକ, ସୋନୁ ରଣା,ସତ୍ୟ କୁମାର , ବବଲୁ ଦଣ୍ଡସେନା ଓ ଅନ୍ୟ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଥିଲେ। ବିଜୟୀ ତୁସୁରା ଦଳ କୁ ନଗଦ ଅର୍ଥ ରାଶି ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା ଓ କନ୍ଧମାଳ ଦଳ କୁ ନଗଦ ରାଶି ସହିତ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିଲା।ରେଫରୀ ଭାବେ ଅନ୍ତର୍ଜାତୀୟ ରେଫରି ନବୀନ ନାଏକ, ଲଳିତ ସାହୁ, ଲଳିତ ଦାସ, ସନ୍ଦୀପ ତରାଇ ଓ ସ୍କୋରର ଭାବେ ଲିପୁ ସେଠ ରହିଥିବା ବେଳେ ମଧୁସୂଦନ ବାଗ ଓ କମ୍ବୁପାଣି ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ