ସମ୍ବଲପୁର:ପୁଲୱାମା ଆତଙ୍କି ଆକ୍ରମଣରେ ୪୦ ରୁ ଉର୍ଦ୍ଧ ସିଆରପିଏଫ ଯବାନ ଆଜିର ଦିନରେ ସହୀଦ ହୋଇଥିଲେ l ଏହି ଛାତିଥରା ଘଟଣା ଘଟିବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଦେଶବାସିଙ୍କ ଆଖିରୁ ଶୁଖିନି ଲୁହ l ଏହି ଘଟଣା ରେ ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା ତେବେ ଏହି ବୀର ଯବାନଙ୍କ ବିଳିଦାନ କୁ ମନେ ପକେଇ ସମଗ୍ର ଦେଶ ଆଜି ଶହିଦଙ୍କୁ ମନେପକାଉଛି l ତେବେ ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ବୀର ଶହୀଦ ଯବାନଙ୍କୁ ମନେ ପକେଇ ଆଜି ନେଲସେନ ମଣ୍ଡେଲା ସ୍ଥିତ
ଶହୀଦ ସ୍ତମ୍ଭ ଠାରେ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଝୁନୁ ତ୍ରିପାଠୀ,ତୃପ୍ତି ପଣ୍ଡା,ସ୍ୱସ୍ତିକା ନାୟକ, କାନ୍ତି ମେହେର, ସୁଦାମ ମେହେର, ପଙ୍କଜିନୀ ବୈଠାରୁ,ସବ୍ୟସାଚୀ ମିଶ୍ର,ସୁରେନ୍ଦ୍ର କୁମାର ବଗର୍ତି,ସଂଘମିତ୍ରା ପଣ୍ଡା,ରାହୁଲ ଗୁପ୍ତା, ଶଙ୍କର ମେହେର ପ୍ରମୁଖ ଉପସ୍ଥିତ ଥିଲେ l
ପୁଲୱାମା ଶହୀଦଙ୍କୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି
