Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରଡୋଳା ରେ ସରସ୍ବତୀ ପୂଜା ସମାରୋହରେ ଅନୁଷ୍ଠିତ

ଚିପିଲିମା, ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ ବସନ୍ତ ପଞ୍ଚମୀ ସରସ୍ବତୀ ପୂଜା ଅବସରରେ ସମ୍ବଲପୁର ବୁର୍ଲାଥାନା ଚିପିଲିମା ଅଂଚଳରେ ପ୍ରତ୍ୟେକ, ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଗାଁ ଗାଁ ରେ ପୂଜା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କରଡୋଳା ବିଦ୍ୟାଳୟ ରେ ରୀତିନୀତି ରେ ସରସ୍ବତୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ, ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ନାଚ, ଗୀତ, ଦଳଗତ ନୃତ୍ୟ ଭଳି ସାଂକୃତିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା l ସେହିପରି କରଡୋଳା ଏଥେଲେଟିକ ଆସୋସିଏସନ ପକ୍ଷରୁ ଗାଁ ରେ ରୀତିନୀତି ରେ ସରସ୍ବତୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ, ସଭାପତି ଲୋକନାଥ ମେହେର କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ l ସମସ୍ତ ପୂଜା କାର୍ଯ୍ୟକୁ ପଣ୍ଡିତ ସୁଧାଂଶୁ ଶେଖର ପାଣିଗ୍ରାହୀ ପରି ଚାଳନା କରିଥିଲେ l ଗାଁ ର କୁନା କୁନି ପିଲାଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ଉଦ୍ଧେଶ୍ୟ ନେଇ ନାଚ ଗୀତ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ କଳାକାର ଆଲୋକ ବେହେରାଙ୍କ ଓ ତାଙ୍କ ଦଳ ଦ୍ୱାରା ଭଜନ ସମାରୋହ ର ଆୟୋଜନ ହୋଇଥିବାବେଳେ, ଭଜନ ଗୁଡିକ ଦର୍ଶକ ମହଲରେ ବେଶ ରୁଚି ଆଣିଥିଲା l ସମସ୍ତ ଆୟୋଜନରେ
ଏସୋସିଏସନ ର ସମସ୍ତେ ସହଯୋଗ କରିଥିଲେ l

More Stories