Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତିନି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା।

ହାଟଡିହି: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେଉଥ‌ିବା ବେଳେ ହାଟଡିହି ବ୍ଲକର ପଢ଼ିଆରି ପଲ୍ଲୀ, ସଡଙ୍ଗ ଓ ହାବେଳେଶ୍ୱର୍ ପଞ୍ଚାୟତରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତି ପଞ୍ଚାୟତର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥ ସେଠୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବିଡିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ, ଅଧ୍ଯକ୍ଷା ସାବିତ୍ରୀ ସେଠୀ, ଉପାଧ୍ଯକ୍ଷ ରତିକାନ୍ତ ରାଉତ, ସମାଜସେବୀ ଅଭିମନ୍ୟୁ ସେଠୀ, ସରପଞ୍ଚ  ରମାକାନ୍ତ ନାୟକ ଓ ସମିତି ସଭ୍ୟ ତାରିଣୀ ପ୍ରସାଦ ସେନାପତି ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପଞ୍ଚାୟତ ପକ୍ଷରୁ ବରିଷ୍ଠ ଓ ଗୁରୁଜନ ବ୍ୟକ୍ତି ମାନଙ୍କୁ ସମ୍ବର୍ଶିତ କରାଯାଇଥିଲା I ତତ୍‌ସହିତ ବିଧାୟକ, ଅଧ୍ଯକ୍ଷା, ବିଡିଓ, ଉପାଧ୍ୟକ୍ଷଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଜିଆରଏସ୍, ପିଇଓ ଙ୍କ ସହ  ଗ୍ରାମର ଯୁବକମାନେ ସହଯୋଗ କରିଥିବାବେଳେ ଓର୍ଡ ସଭ୍ୟ ସଭ୍ୟା, ମହିଳା ସ୍ଵୟଂ ସହାୟକ ଗେଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ। ସେହିପରି ସଡଙ୍ଗ ପଞ୍ଚାୟତର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହୋଇଥିଲା । ଏହି ସମୟରେ ସରପଞ୍ଚ  ଅନ୍ତର୍ଯ୍ୟାମୀ ଖଣ୍ଡେ ଇ ପିଇଓ ମହେଶ୍ୱର ସାହୁ ଜିଆରଏସ୍ ଙ୍କ ନେତୃତ୍ୱରେ  ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସଭ୍ୟସଭ୍ୟା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ରହିଥିଲେ I ସେହିପରି ପଢ଼ିଆରିପଲି ପଞ୍ଚାୟତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ  ଅଜିତ ରାଉତ, ପିଇଓ ରମେଶ ଚନ୍ଦ୍ର ମାଝୀ, ଜିଆରଏସ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ, ବିଡିଓ, ଅଧ୍ଯକ୍ଷା, ଉପାଧ୍ଯକ୍ଷ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ କରାଯାଇଥିଲା। ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିବାବେଳେ , ଗ୍ରାମ ବାସି ମାନେ ଓ ଯୁବ। ମାନେ ସହଯୋଗ କରିଥିଲେ।