ଜାଲିଆତି କରି ସରକାରୀ ଚାକିରିଉଚ୍ଚ ଅଧିକାରୀଙ୍କ ଅନୁକମ୍ପା ରେ ପିଇଓ ସୁରକ୍ଷିତ।


ହାଟଡିହି: ହାଟଡିହି ବ୍ଲକରେ ପଞ୍ଚାୟତ ନିର୍ବାହୀ ଭାବେ କାର୍ଯ୍ୟ କରୁଥିବା ସୁରେଶ କୁମାର ସେଠୀ ଜାଲ୍ ସାର୍ଟିଫିକେଟ୍ ଜରିଆରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି। ଏଭଳି ଜାଲିଆତି କରି ସେ ଦୀର୍ଘ ୧୦ ବର୍ଷ ଧରି ସାହାରପଡା ଓ ହାଟଡିହି ବ୍ଳକର ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ କାର୍ଯ୍ୟ କରୁଛନ୍ତି। ସୂଚନା ଅଧିକାରୀ ଆଇନବଳରେ ଶ୍ରୀ ସେଠୀଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିବା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ସେ ଏକ ସମୟରେ କେନ୍ଦୁଝର ଧରଣୀଧର କନିଷ୍ଠ ମହାବିଦ୍ୟାଳୟରେ ନିୟମିତ ଛାତ୍ର ଭାବେ ପାଠ ପଢୁଥିବା ବେଳେ ସମାନ୍ତରାଳ ଭାବେ ପୁରୀସ୍ଥିତ ପଞ୍ଚସଖା ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ୨ ଉପଶାସ୍ତ୍ରୀ ପାଠ ପଢ଼ିଥିବା ଜଣାପଡିଛି। ଏହି ଘଟଣା ପଦାକୁ ଆସିବାର ୨ ମାସ ପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପଛରେ ଅନେକ ରହସ୍ୟ ରହିଥିବା କୁହାଯାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁକମ୍ପା ବଳରେ ଜାଲିଆତି କରି ଚାକିରି କରୁଥିବା ପିଇଓଙ୍କ ପଦବୀ ସୁରକ୍ଷିତ ଥିବା ଚର୍ଚ୍ଚା ହେଉଛି। ସୂଚନା ଆଇନ ବଳରେ ମିଳିଥିବା ତ‌ଥ୍ୟଅନୁସାରେ ସୁରେଶ କୁମାର ସେଠୀ ଯୁକ୍ତ ୨ ସଂସ୍କୃତ (ଉପଶାସ୍ତ୍ରୀ) ସାର୍ଟିଫିକେଟ୍ ପ୍ରଦାନ କରି ୨୦୧୪ ମସିହାରେ ପ୍ରଥମେ ସାହାରପଡ଼ା ବ୍ଲକ୍‌ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ପରେ ହାଟଡ଼ିହି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସେ କାର୍ଯ୍ୟ କରୁଛନ୍ତି। ଶ୍ରୀ ସେଠୀ ୨୦୦୬ ମସିହାରେ ହାଟଡ଼ିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୦ମଶ୍ରେଣୀ ପାସ୍‌ କରିବା ପରେ ସେହି ବର୍ଷ ଧରଣୀଧର କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଥିଲେ। ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ୨୦୦୯ ମସିହାରେ ମୋଟ୍ ୬୦୦ରୁ ୨୭୮ ମାର୍କ ଅର୍ଥାତ ୪୬.୩୩ ପ୍ରତିଶତ ନମ୍ବର ରଖ୍ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ଡିଡି କଲେଜରେ ତାଙ୍କର ରେଲ୍ ନଂ ୬୧୫ ଜିଏ ୦୫୪ ରହିଥିଲା। ଏହାପରେ ଯୁକ୍ତ ୨ ଯୋଗ୍ୟତା ବଳରେ ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଆନନ୍ଦପୁର ମହାବିଦ୍ୟାଳୟ ରେ ଯୁକ୍ତ ୩ ବିଜ୍ଞାନରେ ମୋଟ୍ ୧୮୦୦ ମାର୍କ ରୁ ୮୨୧ ମାର୍କ ରଖୁଥିଲେ। ହେଲେ ଚାକିରି ଚୟନ ସାକ୍ଷତ କାର ରେ ଯୁକ୍ତ ୨ ବିଜ୍ଞାନରେ କମ୍ ନମ୍ବର ଥିବାରୁ ଶ୍ରୀ ସେଠୀ ଚଞ୍ଚକତା କରି ପୁରୀସ୍ଥିତ ପଞ୍ଚସଖା ସଂସ୍କୃତ ମହାବିଦ୍ୟାଳୟର ଯୁକ୍ତ ୨ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଉକ୍ତ ସଂସ୍କୃତ ମହାବିଦ୍ୟାଳୟରେ ଶ୍ରୀ ସେଠୀ ୨୦୦୮ ମସିହା ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପାଠ ପଢିଥିବା ଓ ମୋଟ୍ ୬୫୦ ମାର୍କ ରୁ ୪୭୧ ମାର୍କ ରଖୁଥୁବା ଦର୍ଶାଇଛନ୍ତି। ଅଧୂକ ନମ୍ବର ରଖିଥିବାରୁ ତାଙ୍କୁ ସରକାରୀ ଚାକିରି ସହଜରେ ମିଳିଯାଇଥିଲା । ହେଲେ ସମାନ ସମୟରେ ଧରଣୀଧର ମହାବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନ, ଆନନ୍ଦପୁର ମହାବିଦ୍ୟାଳୟରୁ ଯୁକ୍ତ ୩ ବିଜ୍ଞାନ ସହ ପୁରୀରେ ଯୁକ୍ତ ୨ ସଂସ୍କୃତରେ କିପରି ଅଧୟନ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ପିଇଓ ଶ୍ରୀ ସେଠୀଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଜିଲ୍ଲା ପଞ୍ଚାୟତ ଅଧିକାରୀ କୃଷ୍ଣଚନ୍ଦ୍ର ଆଢ଼ା କୁହନ୍ତି, ଏହି ବିଷୟ ଜଣାପଡିବା ପରେ ଦୁଇଟି ଶିକ୍ଷାନୁଷ୍ଠାନକୁ ଚିଠିକରି ସବିଶେଷ ତଥ୍ୟ ମାଗିଥିଲୁ । ମାତ୍ର ସେମାନେ ଅଦ୍ୟାବଧୂ କୌଣସି ରିପୋର୍ଟ ଦାଖଲ କରିନାହାନ୍ତି। ପୁଣିଥରେ ସମ୍ପୃକ୍ତ ପିଇଓଙ୍କ ଶିକ୍ଷାଗ୍ରହଣ ସମୟରେ ସବିଶେଷ ତଥ୍ୟ ପାଇଁ ରିମାଇଣ୍ଡର ଦିଆଯିବ ବୋଲି କହିଛନ୍ତି।