ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା


ରାୟଗଡ:ରାୟଗଡ ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆଜି ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଓହୋଲ ସଚିନ ଆନ୍ନାସାହେବ ଆଇଏଫଏସ, ସମ୍ମାନୀତ ଅତିଥି ରାୟଗଡ଼ ବିଡ଼ିଓ ଅମୁଲ୍ୟ ସାହୁ,ଏପିଡି-ଜିଲ୍ଲାପରିଷଦ ଅଜାତ ଶତ୍ରୁ ରାଉତ, ଡଃ.ସୁବୁଦ୍ଧି,ଏସିଏଫ ଅଶୋକ ପ୍ରଧାନ ମଞ୍ଚାସିନ ଥିଲେ । ଏହି ଅବସରରେ ଡିଏଫଓ ଶ୍ରୀ ଆନ୍ନାସାହେବ କହିଛନ୍ତି ଯେ ଜଙ୍ଗଲ ନିଆ ନିବାରଣ ଓ ଦକ୍ଷତା ବୃଦ୍ଧି ନିମନ୍ତେ ବନ ସ°ରକ୍ଷଣ ସମିତି ସଭ୍ୟସଭ୍ୟା( ଭିଏସଏସ ),ଜନସାଧାରଣ ସକାଶେ ମିନି ମାରାଥନ ଯେଉଁଥିରେ କି ସ୍କୁଲ,କଲେଜ ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବି ଅ°ଶଗ୍ରହଣ କରି ସେଥିରେ ବିଜେତାଙ୍କୁ ପୁରସ୍କାର ରଖାଯିବା ସହ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଯାହାଦ୍ୱାରା କି ଫାୟାର ପଏଣ୍ଟ କମିବାରେ ସହାୟକ ହେବ । ଜଙ୍ଗଲରେ ପ୍ରାକୃତିକ ଅପେକ୍ଷା କୃତ୍ରିମ ଭାବେ ଅଧିକ ପରିମାଣରେ ନିଆଁ ଲାଗୁଛି । ଜଙ୍ଗଲ ନିଆଁ ଲାଗିବାର ମୁଖ୍ୟ କାରଣ ପଡୁଚାଷ,ମହୁଲ ଆଦାୟ କରିବା ସମୟରେ ହୋଇଥାଏ । ଏଣୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ୨୦୨୨-୨୩ ମସିହାରେ ରାୟଗଡ଼ ଜିଲ୍ଲାର ଜଙ୍ଗଲରେ ୨୭୦୦ ଫାୟାର ପଏଣ୍ଟ ରହିଥିଲା ଯାହାକୁ ଚଳିତ ବର୍ଷ କମାଇବାକୁ ହେବ । ସେହିପରି ମଞ୍ଚାସିନ ଥିବା ଅନ୍ୟାନ୍ୟ ଅତିଥି ଜଙ୍ଗଲ ନିଆ ନିବାରଣ ସକାଶେ ବିଭିନ୍ନ ଉପାୟ ନେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡ଼ିଶା ସରକାରଙ୍କ ତତ୍ବାବଧାନରେ “ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରନ୍ତୁ ଓ ପରିବେଶ ବଞ୍ଚାନ୍ତୁ” ମୁଖ୍ୟ ବିଷୟକୁ ନେଇ କରାଯାଇଥିଲା ।
ଗତ ବୁଧବାର ଦିନ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅବସରରେ ତା ୧୩/୦୨/୨୪ ରିଖ ସକାଳ ୬ ଘଣ୍ଟା ସମୟ ରେ ଫରେଷ୍ଟ୍ ପାର୍କ ଠାରୁ ରିଲାଏନ୍ସ ସପିଙ୍ଗ୍ ମଲ୍ ଓ ରିଲାଏନ୍ସ ସପିଙ୍ଗ୍ ମଲ୍ ଠାରୁ ଫରେଷ୍ଟ୍ ପାର୍କ ପର୍ଯ୍ୟନ୍ତ ୮ କିଲୋ ମିଟର ଗଣଦୌଡ଼ର ଆୟୋଜିତ କାର୍ଯ୍ୟକ୍ରମକୁ ଉପ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ ଓ ଦିବ୍ୟା ମାଧୁରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ମିନି ମାରାଥନରେ ବିଡ଼ିକା ସିନ୍ଧୁ ପ୍ରଥମ, ଶ୍ରୀକାନ୍ତ ପ୍ରାସ୍କା ଦ୍ୱିତୀୟ ଏବଂ କୈଳାସ ପ୍ରାସ୍କା ତୃତୀୟ ସ୍ଥାନ ପାଇଥିଲେ । ଏହି ଅବସରରେ ଜଙ୍ଗଲରେ ନିଆଁ ନ
ଲଗାଇବା ଓ ଜଙ୍ଗଲରେ ନିଆଁ ଲଗାଇବା ଦ୍ବାରା ବୃକ୍ଷ ନଷ୍ଟ ହେବା ସହ ପରିବେଶ ଉପରେ ପଡୁଥିବା ପ୍ରତିକୂଳ ପରିସ୍ଥିତି ଉପରେ ସଚେତନ କରାଇବା ସହ ବୃକ୍ଷଲତାର ରକ୍ଷଣାବେକ୍ଷଣ ଉପରେ ଅ°ଶଗ୍ରହଣ କରିଥିବା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଦୁଇ ଉପ ବନ ସଂରକ୍ଷକ । ଉକ୍ତ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମକୁ ବନବିଭାଗ କର୍ମଚାରୀମାନେ ପରିଚାଳନା କରିଥିଲେ ।