Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁବେର ବସନ୍ତଙ୍କୁ ଅନୁକମ୍ପା ନାଁ ବହିଷ୍କାର ଭଳି ନିଷ୍ପତ୍ତି ନେବେ ସରକାର !

ସମ୍ବଲପୁର:ବୌଦ୍ଧ ଜିଲ୍ଲା ପରିବହନ ଅଧିକାରୀ(ଆରଟିଓ)ବସନ୍ତ ମହାପାତ୍ରଙ୍କ ଦୁର୍ନୀତି ଇତିହାସ ଖୁବ୍ ଲମ୍ବା।ହେଲେବି ନବୀନଙ୍କ ସ୍ୱଚ୍ଛ ସରକାରରେ ସେ କେବଳ କୋଟିପତି ସାଜି ନାହାଁନ୍ତି ବରଂ ସ୍ୱଚ୍ଛ ସରକାର ସମୟରେ କୁବେର ସାଜିବା ନେଇ ତାଙ୍କ କଳା କୌଶଳକୁ ବର୍ତ୍ତମାନ ସରକାର କେଉଁ ସମ୍ମାନ ଦେବେ ବା ଚାକରୀ ହଜମ କରାଇ ନିଜର ସ୍ୱଚ୍ଛତାକୁ ଲୋକଙ୍କ ପାଖରେ ପ୍ରଦର୍ଶିତ କରିବେ ଏହାକୁ ନେଇ ବର୍ତ୍ତମାନ ସରକାରଙ୍କ ଅସଲ ଆଭିମୂଖ୍ୟକୁ ଦେଖିବାକୁ ବାକି ରହିଛି।ପୂର୍ବରୁ ଥରେ ଟଙ୍କା ସହ ଧରାପଡ଼ି ସସ୍‌ପେଣ୍ଡ ହୋଇଥିଲେ ବସନ୍ତ। ହେଲେ ତାଙ୍କ ପ୍ରତି ସ୍ୱଚ୍ଛ ସରକାରଙ୍କ ଅନୁକମ୍ପା ରହିଥିଲା ବୋଧହୁଏ,ତେଣୁ ସେ ସାଜିଲେ କୁବେର। ଯଦି ୨୦୧୨ରେ ସମ୍ବଲପୁରରେ ଥିବା ବେଳେ ୩୯ ହଜାର ଟଙ୍କା ସହ ଧରାପଡ଼ିଥିବା ଏହି ଲାଞ୍ଚୁଆ ଅଧିକାରୀ ଉପରେ ତୀକ୍ଷ୍ଣ ନଜର ରହିଥାନ୍ତା ଏହି ୧୨ ବର୍ଷ ଭିତରେ ସେ ଏ କୁବେର ସାଜିନଥାନ୍ତେ।ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ଚେକ୍‌ଗେଟ୍‌ରେ ଜୁନିଅର ଏମ୍‌ଭିଆଇ ଥିଲା ବେଳେ ଏହି ଲାଞ୍ଚ ଟଙ୍କା ନେଇ ସେ ଧରାପଡ଼ିଥିଲେ।ଏମଭିଆଇରୁ ଆରଟିଓ ଯାଏ ତାଙ୍କ ଦୁର୍ନୀତିର ଲମ୍ବା ଇତିହାସ ଓ ବହୁ କଳା କଳଙ୍କ ରହିଥିବା ବେଳେ ଏ ବସନ୍ତଙ୍କ ପ୍ରତି ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାକୁ କେବଳ ଅପେକ୍ଷା ରହିନି। ବରଂ ଆଇନ ତାବାଟରେ ଯିବ କହି ବସନ୍ତଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯିବ ନାଁ ଅନ୍ୟ ମାନଙ୍କ ପରି ସରକାର ଚାକରୀରୁ ବହିଷ୍କାର ଭଳି ନିଷ୍ପତ୍ତି ନେଇ ନିଜର ସ୍ୱଚ୍ଛତାକୁ ବଜାୟ ରଖୁଛନ୍ତି ଏହାହିଁ ଖୁବ୍ କମ୍ ସମୟ ଭିତରେ ଜଣାପଡିଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ