ଭୁବନେଶ୍ବର:ଏଣିକି ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମିଳିବ ୟୁନିଫର୍ମ।ଏଥିପାଇଁ ୭୩୦ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ ହୋଇଥିବା ନେଇ ସରକାର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ସରକାରଙ୍କ ନିଷ୍ପତ୍ତି ମତେ ରାଜ୍ୟର ପ୍ରତି ଏସଏଜି ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା।ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ରାଜ୍ୟ ସରକାର ଦେବେ।ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ ୧ ହଜାର ଲେଖାଏଁ ମିଳିବ।
ଏସ୍ଏଚ୍ଜି କାର୍ଯ୍ୟକାରୀ କମିଟି ସଦସ୍ୟା ମାନଙ୍କୁ ମିଳିବ ଆଉ ୨ ହଜାର ଟଙ୍କା। ଯେଉଁଥିରେ ସେମାନଙ୍କୁ ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ ୩ ହଜାର ଟଙ୍କା ମିଳିବ।ଏସ୍ଏଚ୍ଜି ସଦସ୍ୟାଙ୍କୁ ୟୁନିଫର୍ମ ଦେବା ନେଇ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ସରକାର ଆଜି ବିଜ୍ଞପ୍ତି ଜାରି କରିଛନ୍ତି।ୟୁନିଫର୍ମ ଓ ବ୍ଲେଜର ବାବଦରେ ମୋଟ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ଏହି ବିଜ୍ଞପ୍ତିରେ ଦର୍ଶାଇଛନ୍ତି।
ଏସଏଜି ମହିଳାଙ୍କୁ ୟୁନିଫର୍ମ ସହିତ ମିଳିବ ବ୍ରେଜର: ବିଜ୍ଞପ୍ତି ପ୍ରକାଶ କଲେ ସରକାର
