ପାତାଳୀ ଶ୍ରୀକ୍ଷେତ୍ର ରେ ଆୟୋଜିତ ରକ୍ତଦାନ ଶିବିର ରେ 52 ୟୁନିଟ୍ ରକ୍ତ ସଂଗ୍ରହ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ ଜଣ ମହିଳା ରକ୍ତଦାତା ଙ୍କ ସହ ୩ ଦମ୍ପତି ରକ୍ତ ଦାନ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିର ତରଫରୁ ଆୟୋଜିତ ସଭା ରେ କୋଟସମଲାଇ ସରପଞ୍ଚ ବେଦମତୀ ମେଣ୍ଡିଲି , ଶିକ୍ଷାବିତ୍ ପ୍ରମୋଦ ପଣ୍ଡା , ନବନିର୍ମାଣ ମହିଳା କୃଷକ ସଂଗଠନ ରାଜ୍ୟ ଉପସଭାପତି ସୋନାଲି ବିଶି , ଉଲୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ସଞ୍ଜୀବ ଦେହେରି , ଡାକ୍ତର ବୃନ୍ଦାବନ ମେହେର , ପାତାଳୀ କ୍ଷେତ୍ର ଟ୍ରଷ୍ଟ ର ସମ୍ପାଦକ ଉତ୍ତର ପାତ୍ର , ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇ ରକ୍ତ ଦାନ କରିବାର ଯଥାର୍ଥତା ଓ ଉତ୍ତରଦାୟିତ୍ୱ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଡି. ଏଚ୍ . ଏଚ୍ ସୋନପୁର ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ରକ୍ତ ସଂଗ୍ରହ କରିଛନ୍ତି । ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟ ତରଫ ରୁ ଏକ ମାଗଣା ନେତ୍ର ପରୀକ୍ଷା , ମାଗଣା ଡାଇବେଟିସ ଓ ରକ୍ତ ଚାପ ପରୀକ୍ଷା ମଧ୍ୟ ହୋଇଥିଲା ।