Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରଖମା କୁ ନୂତନ ବ୍ଲକ ଘୋଷଣା ଦାବୀ ଜୋର ଧରିଲା : ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦେଲେ ଦାବୀ ପତ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ବାରଖମା କୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବୀ ଜୋରଧରିଲା ।ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବାଲିଗୁଡା ଗାନ୍ଧୀ ଛକ ଠାରୁ ବିଭିନ୍ନ ସ୍ଲୋଗାନ ମାନ ଦେଇ ଦାବୀ ସମ୍ପର୍କିତ ଫ୍ଲା କାର୍ଡ ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବୀ ସମ୍ପର୍କ ରେ ମତ ରଖିବା ପରେ ସହକାରୀ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ବାଲିଗୁଡା ବ୍ଲକ ଅଧୀନରେ ରହିଥିବା ୧୫ ନମ୍ବର ଜିଲ୍ଲାପରିଷଦ ଜୋନରେ ବାରଖମା, ରେବିଙ୍ଗିଆ, ସଲାଗୁଡା, ସୁଡ୍ରା,ସିନ୍ଦ୍ରିଗାଁ ,କୁଟିକିଆ ,ଖମନଖୋଲ ଓ ଲଣ୍ଡାଗାଁ ଏପରି ୮ ଗୋଟି ପଞ୍ଚାୟତ ରହିଛି । ବାଲିଗୁଡା ବ୍ଲକ ସଦର ମହକୁମା ରୁ ଠାରୁ ଏହି ପଞ୍ଚାୟତ ଗୁଡିକ ୨୦ କିଲୋମିଟର ଠାରୁ ଆରମ୍ଭ କରି ୫୦ କିଲୋମିଟର ଦୂରତା ମଧ୍ୟରେ ରହିଛି । ୧୫ ନମ୍ବର ଜିଲ୍ଲାପରିଷଦ ଜୋନରେ ୧୬୦ ଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ଜନସଂଖ୍ୟା ୮୦ ହଜାର ରୁ ଉର୍ଦ୍ଧ ଓ ୩୭ ହଜାର ୭ ସହ ୯୩ ଭୋଟର ରହିଛନ୍ତି । ଏହି ପଞ୍ଚାୟତ ଗୁଡିକ ଭୌଗଳିକ ଦ୍ରୁଷ୍ଟି କୋଣ ରୁ ପାହାଡ ,ପର୍ବତ ,ନଦୀ ,ନାଳ ଓ ଜଙ୍ଗଲ ଘେରା ଅଞ୍ଚଳ ରହୁଛି । ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଲୋକଙ୍କ ନିକଟରେ ଠିକ ସମୟ ରେ ପହଞ୍ଚି ପାରୁନାହିଁ । ଯଦି ସରକାର କ୍ଷମତାର ବିକେନ୍ଦ୍ରୀ କରଣ କରି ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ବାରଖମା କୁ ନୂତନ ବ୍ଲକ ଘୋଷଣା କଲେ ସାଧାରଣ ଲୋକଙ୍କ ନିକଟରେ ଶିକ୍ଷା ,ସ୍ୱାସ୍ଥ୍ୟ ,କୃଷି , ଜଳ ପରିମଳ, ମହିଳା ଓ ଶିଶୁ ବିକାଶ ଯୋଜନା ବିଭିନ୍ନ ଅଞ୍ଚଳରେ ହାତ ପାଆନ୍ତାରେ ପହଞ୍ଚିବାରେ ସହଜ ହେବ ଓ ଲୋକେ ଉପକୃତ ହୋଇପାରିବେ । ଏହି ଶୋଭାଯାତ୍ରା ରେ ବ୍ଲକ ସଂଗ୍ରାମ ମଞ୍ଚର ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁ ଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର, ବିଜେଶ୍ଵର ମଲ୍ଲିକ ,ପରମା ନନ୍ଦ ନାୟକ ,ଜୟରାମ ଦଣ୍ଡିଆ ,ପୁରୁଷୋତ୍ତମ ବେହେରା , ହେରଦ ନାୟକ ,ଲକ୍ଷ୍ମୀ ନାରାୟଣ ଦଣ୍ଡିଆ , ଉମା ଚରଣ ଦିଗାଳ ,ନୀଳକଣ୍ଠ ଦଣ୍ଡିଆ ,ବଂଶୀଧର ଦଣ୍ଡିଆ ,ରାଧାକାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ