Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବିରୋଧ କରୁଥିବା ଲୋକଙ୍କୁ ମନାଇ ସଭା କୁ ଆଣିଲେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ।

ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତ ହେଉଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ହେଉଥିବା ବେଳେ ଆଜି ଦେଖିବାକୁ ମିଳିଥିଲା କିଛି ରୋଚକ ତଥ୍ୟ। ଯାହାକି ସୋମବାର ସାସଙ୍ଗ ଓ ହଦଗଡ଼ ପଞ୍ଚାୟତ ରେ ରହିଥିବା ବେଳେ ମଧୁବନ,ହରଡ ବାଡି, ସଙ୍କଟ ପାଲିଆ ଗାଁ ର ୨୫ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଅସନ୍ତୁଷ୍ଟ ହୋଇ ପଞ୍ଚାୟତ ରେ ହେଉଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ  ବିରୋଧ କରି ରାସ୍ତା ରୋକ କରିଥିଲେ। ଯାହାକୁ ରାସ୍ତା ରେ ଦେଖି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଓ ସମାଜ ସେବୀ ଅଭିମନ୍ୟୁ ସେଠୀ ନିଜ ଗାଡ଼ି ରୁ ଓହ୍ଲାଇ ଉକ୍ତ ମହିଳା ଙ୍କ ସମସ୍ୟା ବୁଝି ସେମାନଙ୍କୁ ବୁଝାଇ ସୁଝାଇ କାର୍ଯ୍ୟକ୍ରମ କୁ ନେଇଥିଲେ। ଯାହାକି ତାଙ୍କ ସହ ଯିବା ସମୟ ରେ ସେମାନଙ୍କ ସମସ୍ୟା କୁ ଗୁରୁତ୍ଵ ଦେଇ ଅଳ୍ପ ଦିନ ରେ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୁତି ଦେଇଥିଲେ।। ସେଠାରେ ଦୁଇଶହ ରୁ ଅଧିକ ଅସନ୍ତୁଷ୍ଟ ମହିଳା ରହିଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ