Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀ ଙ୍କୁ ଚେକ୍ ଦେବ ଆମ ଓଡ଼ିଶା ନବୀନ ଓଡ଼ିଶା।ସରକାରୀ ଯୋଜନା ପ୍ରଚାର ପ୍ରସାର।

ହାଟଡିହି: ଆମ ଓଡ଼ିଶା ନବୀନ ଓଡ଼ିଶା’ର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେଉ ଥ‌ିବା ବେଳେ ସୋମବାର ହାଟଡିହି ବ୍ଲକର ସାସଙ୍ଗ, ହଦଗଡ଼  ପଞ୍ଚାୟତରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତି ପଞ୍ଚାୟତର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥ ସେଠୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବିଡିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ, ଅଧ୍ଯକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ,ସମାଜସେବୀ ଅଭିମନ୍ୟୁ ସେଠୀ, ଙ୍କ ସହ ପ୍ରତି ପଞ୍ଚାୟତ ସରପଞ୍ଚ  ଓ ସମିତି ସଭ୍ୟ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପଞ୍ଚାୟତ ପକ୍ଷରୁ ବରିଷ୍ଠ ଓ ଗୁରୁଜନ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ତତ୍‌ସହିତ ବିଧାୟକ, ଅଧ୍ଯକ୍ଷା, ବିଡିଓ, ଉପାଧ୍ୟକ୍ଷ ଙ୍କୁ ମଧ୍ୟ  ମାନ ପାତ୍ର ବଣ୍ଟନ କରା ଯାଇଛି । ଏଥିରେ ପଞ୍ଚାୟତ ଜିଆରଏସ୍, ପିଇଓ ଙ୍କ ସହ  ଗ୍ରାମର ଯୁବକମାନେ ସହଯୋଗ କରିଥିବାବେଳେ ୱାର୍ଡ ସଭ୍ୟ ସଭ୍ୟା, ମହିଳା ସ୍ଵୟଂ ସହାୟକ ଗେଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।  ଦୁଇଟି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହୋଇଥିଲା । ଏହି ସମୟରେ ସାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ ସଭ୍ୟ ଜଗତା ନନ୍ଦ ଜେନା ପିଇଓ ଶରତ କୁମାର ବେଜ ଙ୍କ ସହ ପଞ୍ଚାୟତ ଜିଆରଏସ୍ ଙ୍କ ନେତୃତ୍ୱରେ ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ହଦଗଡ଼ ପଞ୍ଚାୟତ ର ସରପଞ୍ଚ ନିରୁପମା ନନ୍ଦୀ ପିଇଓ ଉମାକାନ୍ତ ସା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଏମ୍ବିକେ, ସିଆରପି, ଇସି ସଦସ୍ୟା ମାନେ ଉପସ୍ଥିତ ରହିଥିଲେ I  ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ କରାଯାଇଥିଲା। ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିବାବେଳେ , ପ୍ରତି ଗ୍ରାମ ର ଗ୍ରାମ ବାସି ମାନେ ଓ ଯୁବକ ମାନଙ୍କ ସହଯୋଗରେ  କାର୍ଯ୍ୟକ୍ରମ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ