ସମ୍ବଲପୁର:ଦେବେଶଙ୍କ ବକ୍ତବ୍ୟକୁ ନେଇ ଏକ ପ୍ରକାଶିତ ଖବରକୁ ନେଇ ସମ୍ବଲପୁର ରାଜନୀତିରେ ତାତି ବଢିଲାଣି। ରାଜନୀତି ଏତେ ସହଜ ନୁହେଁ କି କାହାର ସାଲିସ କରି କେବଳ ନିଜ କରିସ୍ମା ଦେଖାଇ ନେତାଗିରି ବଜାୟ ରଖିବା।ରାଜନୀତି କରୁଥିବା ନେତା ଯଦି ନିତି ନଜାଣି ବେଲଗାମ୍ ହୁଅନ୍ତି ଅବସ୍ତା ସେମାନଙ୍କ ବାର ବାଜିଯାଏ। ସେ ଭିତରେ ଯଦି ଆଞ୍ଚଳିକ ବୈଶମ୍ୟ ଅବା ରୋଷ ବଢିଲା ତେବେ ଅବସ୍ଥା ସମ୍ଭାଳିବା ସେତେ ସହଜ ହୁଏନି।ଘଡିସନ୍ଧି ମୂହୁର୍ତ୍ତରେ ନିଜର ସ୍ୱାର୍ଥ ସାଧନ ପାଇଁ ଦେବେଶ ଯେଉଁ ଗୋଡଘିଚା ବାକ୍ୟ ଟିଏ ନିଜ ଭାଷଣରେ ଛାଡିଛନ୍ତି ତାହା ନିଜ ପରିବାର ପାଇଁ ବୁମେରାଂ ହେବନିତ? କାହିଁ ଏଭଳି ଏକ ପ୍ରଶ୍ନ ଘର ଢିଙ୍କି କୁମ୍ଭୀର ଭଳି ହେବାକୁ ଯାଉଛି। ସେମିତି ଏକ ବଡ ଚର୍ଚା ସାମ୍ନାକୁ ଆସିଲାଣି ।ସମ୍ବଲପୁରୀଆ ବାଗିର୍ ଗୋଡ ଘିଚା କାମ୍ ନାଇଁ କର ବୋଲି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ସମ୍ବଲପୁର ଜିଲ୍ଲାବାସୀଙ୍କୁ ଅପମାନ ଜନକ ବ୍ୟବାହାର ବୋଲି ଏବେ ସବୁଠି କେବଳ ବଡ ଚର୍ଚା।ଏପରିକି ଦେବେଶଙ୍କ ଏଭଳି ଟିପ୍ପଣୀକୁ ନେଇ ରାଜନୈତିକ ପାଣିପାଗବି ସରଗରମ୍ ହେଲାଣି। ଦେବେଶଙ୍କ ଏଭଳି ଟିପ୍ପଣୀ ପ୍ରଶନ୍ନ ଆଚାର୍ଯ୍ୟଙ୍କ ପାଇଁ କାଳ ସାଜିବ।ଏହାକୁ ଉପରକୁ ଯେତେ ହାଲୁକା ଭାବେ ନେଲେ ମଧ୍ୟ ଏହାର ପ୍ରଭାବ ସ୍ୱାଭିମାନୀ ଜନତା ସହଜରେ ଗ୍ରହଣ କରିପାରିବେନି।ଦେଖିବାକୁ ଗଲେ ପ୍ରଶନ୍ନ ବରଗଡ ଜିଲ୍ଲାର ।ପୁଣି ସେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ରେଢାଖୋଲରୁ ବିଧାନସଭା ପ୍ରାର୍ଥୀ ଭାବେ ଛିଡା ହେବାକୁ ମୁହଁ ବୁଲେଇଛନ୍ତି।ସେଥିପାଇଁବି ତାଙ୍କୁ ବାରମ୍ବାର ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା ସମିତିରେ ଦେଖିବାକୁ ମିଳୁଛି। ଏଭଳି ସମୟରେ ଦେବେଶ ଯେଉଁ ବାଣ ଫୁଟାଇଲେ ସେ ଶବ୍ଦ ସମ୍ବଲପୁର ବାସୀଙ୍କ କାନରେ କେବଳ ବାଜିନି।ବରଂ ତାହା ପ୍ରତିଧ୍ୱନି ହେଲାଣି। ବରଗଡ ଜିଲ୍ଲାର ବିକାଶ ନାମରେ ବରଗଡିଆଙ୍କୁ ସମ୍ବଲପୁର ବାସୀ କେଉଁ ମହତ ପଣିଆ କାମ ପାଇଁ ନେତା ବାଛିବେ ଏହା ଦେବେଶଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ ହୋଇଗଲାଣି। ଦେବେଶଙ୍କ ବକ୍ତବ୍ୟ ପଛର ଉଦ୍ଦେଶ୍ଯ ଓ କଳା ଚଷମା ପିନ୍ଦା କଥା କହି ତାଙ୍କର କେଉଁ ବିରୋଧିଙ୍କ ଉପରେ ଏଭଳି ଟିପ୍ପଣୀ ଦେଇଛନ୍ତି ତାହା କେବଳ ତାଙ୍କୁ ଜଣାଥିବ।କିନ୍ତୁ ଦେବେଶଙ୍କ ଏଭଳି ବକ୍ତବ୍ୟ ସମ୍ବଲପୁର ଜିଲ୍ଲାରେ କେବଳ ଏକ ରୋଚକ ଖବର ହୋଇନି,ବରଂ ଏହାକୁ ନେଇ ରାଜନୈତିକ ସରଗରମ୍ ବେଶ ପ୍ରଭାବିତ ହୋଇଛି । ରେଢାଖୋଲ ବାସୀ ସ୍ଥାନୀୟ ନେତୃତ୍ୱ ଉପରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶନ୍ନଙ୍କ ପୁଣି ରେଢାଖୋଲ ମୁହାଁ ସମୟରେ ଦେବେଶଙ୍କ ଏଭଳି ଟିପ୍ପଣୀ କଟାଘାରେ ଚୂନ ବୋଲିବା ପରି ହୋଇଥିବାରୁ ସମ୍ବଲପୁରିଆ ଗୋଡଘିଚା ଏବେ ବରଗଡିଆ ପ୍ରତିନିଧିତ୍ୱକୁ କେମିତି ଗ୍ରହଣ କରିବେ ତାହାବି ଏକ ବଡ ପ୍ରଶ୍ନ ହୋଇ ଠିଆ ହେଲିଣି ।ଦେବେଶଙ୍କ ବକ୍ତବ୍ୟକୁ ନେଇ ଗଣମାଧ୍ୟରେ ପ୍ରକାଶିତ ଖବର ପ୍ରଶନ୍ନଙ୍କ ରେଢାଖୋଲ ମୁହାଁ ସମୟରେ କି ପ୍ରଭାବ ପଡିବ ତାହାତ ବହୁତ ପଛର କଥା।କିନ୍ତୁ ବରଗଡର ବିକାଶ ନାମରେ ସମ୍ବଲପୁରିଆ ଗୋଡଘିଚା ଭଳି ସମ୍ବଲପୁର ବାସୀଙ୍କ ପ୍ରତି ଅପମାନ ଜନକ ଶବ୍ଦ ରେଢାଖୋଲକୁ ସୁଦୂରପ୍ରସାରୀ ହେଲେ ଦେବେଶଙ୍କ ବକ୍ତବ୍ୟ ପ୍ରଶନ୍ନଙ୍କ ପାଇଁ କାଳ ହେବ ଏହା ଯେ କେହିନା କହିବ।ସେପଟେ ରେଢାଖୋଲ ରେ ବିଭିନ୍ନ ଦଳ ଯଦି ସ୍ଥାନୀୟ ପ୍ରାର୍ଥୀ ନଦେବେ ତେବେ ଦୀର୍ଘ୍ୟ ଦିନ ଧରି ରାଜନୀତିରେ ଥିବା ସ୍ଥାନୀୟ ନେତୃତ୍ୱ ଦଳମତ ନିର୍ବିଶେଷରେ କିଛିନା କିଛି ଫଇସଲା କରି ସ୍ଥାନୀୟ ନେତୃତ୍ୱର ମଞ୍ଜି ନବୁଣିବେ କିଛି କହି ହେବନାହିଁ । ଏପରିକି ସ୍ଥାନୀୟ ନେତୃତ୍ୱକୁ ପଛରେ ପକାଇ ଏଡହକ୍ ପ୍ରାର୍ଥୀ ଲଦିଦେଲେ ତାହାବି ବିଭିନ୍ନ ଦଳ ପାଇଁ ସମସ୍ୟାର କାରଣ ହୋଇଥିବାରୁ ଦଳ ଭାବି ବିଚାରି ପ୍ରାର୍ଥୀ ନଦେଲେ ଦ୍ୱି ବିବାଦେ ତୃତୀୟସ୍ୟ ଲାଭ ହେବାର ସମ୍ଭାବନାକୁ କେହି ଅଣଦେଖା କରିବାବି ଠିକ ହେବ ନାହିଁ ।
ଦେବେଶଙ୍କ ଟିପ୍ପଣୀକୁ ନେଇ ସମ୍ବଲପୁରରେ ଚର୍ଚା:ଘର ଢିଙ୍କି ହେଲା କୁମ୍ଭୀର !
