Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁରି ଲୋକଙ୍କ ମନ ମୋହିଲା ହାଟଡିହି ପଞ୍ଚାୟତ କୁ  ଆସିଥିବା ବ୍ରହ୍ମପୁର ଶଙ୍ଖ ମହୁରୀ ଗ୍ରୁପ।

ହାଟଡିହି: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶେଷ ଦିନ ରେ ହାଟଡ଼ିହି ବ୍ଳକ୍ ର ପନ୍ଦାଡୋ,  ହାଟଡିହି, ବଞ୍ଚୋ ଓ ଅକରୁଆ ପଞ୍ଚାୟତରେ  ଅନୁଷ୍ଠିତ ହୋଇଯାଇଛି। ପ୍ରଥେମ ପନ୍ଦାଡୋ ପଞ୍ଚାୟତ ରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସରପଞ୍ଚ ସସ୍ମିତା ଓଝା  ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିଲା  ।ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ  ହାଟଡିହି ପଞ୍ଚାୟତରେ ସରପଞ୍ଚ ଚିନ୍ମୟ କୁମାର ନାୟକଙ୍କ ସଂଯୋଜନା ରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଓ ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ବିଧ୍ୟାୟକ ଙ୍କ ଦ୍ଵାରା ସରକାରଙ୍କ  ଜନ ମଙ୍ଗଳ କାରୀ ଯୋଜନା ଗୁଡିକ ଆସିଥିବା ଲୋକଙ୍କୁ ବୁଝା ଯାଇଥିଲା।  ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସଫଳତା ପୁସ୍ତିକା ବଣ୍ଟନ କରାଯାଇଥିଲା । ସେହିପରି ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଙ୍କ ସଂଯୋଜନା ରେ ବଂଚୋ ରେ ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ପରେ ପରେ ଆକରୁଆ ପଞ୍ଚାୟତ ରେ ସରପଞ୍ଚ ହେମଲତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ କୌଶଲ୍ୟା ସେଠୀ ସଂଯୋଜନା ରେ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିବା ବେଳେ ସେହି ସବୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ଯୋଗ ଦେଇସୁନ୍ଦର ପରିଚାଳନ କରିଥିଲେ। ପନ୍ଦାଡୋ ରେ ଉର୍ମିଳା ମୁର୍ମୁ, ହାଟଡିହି ରେ ଶରତ କୁମାର ଵେଜ୍, ଅକରୂଆ ରେ ହରିହର ସେଠୀ  ବଞ୍ଚୋରେ ଜିତେନ୍ଦ୍ର ଜେନା ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇଥିଲା। ସବୁଠାରୁ ବେଶ୍ ରୋଚକ ପୂର୍ଣ୍ଣ କଥା ଥିଲା ଯେ ହାଟଡିହି ପଞ୍ଚାୟତ କୁ ଆସିଥିବା ବ୍ରହ୍ମପୁର ପୁର ଶଙ୍ଖ ମହୁରୀ ଙ୍କ କଳା କୌଶଳ  ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା। ଯାହାକି ପୁରା ବ୍ଲକ ରେ ଏପରି ସୁନ୍ଦର କାର୍ଯ୍ୟକ୍ରମ ସାଜସଜ୍ଜା ରେ ହାଟଡିହି ପଞ୍ଚାୟତ ଶ୍ରେଷ୍ଠ ହୋଇଥିବା ବିଧ୍ୟାୟକ ଭାଗିରଥି ସେଠୀ କହିଥିଲେ। ଏହି କାର୍ଯ୍ୟକ୍ରମ କୁ ସର୍ବୋପରି ବ୍ଲକ ଅଧ୍ୟକ୍ଷା, ବିଡ଼ିଓ, ବିଧାୟକ, ଉପାଧ୍ୟକ୍ଷ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ମାନେ ଦାୟିତ୍ୱ ନେଇ କରିଥିବାରୁ ସରକାର ଙ୍କ ଏହି  କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ସମସ୍ତେ ତାକୁ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ