Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ରେ ଇଟା ବାଲି ପାଇଁ ଚଳ ପ୍ରଚଳରେ ସମସ୍ୟା..ପୋଲିସ କଲା ସଚେତନ…

ଲକ୍ଷ୍ମୀପୁର ୨୧/୦୨ 
ଲକ୍ଷ୍ମୀପୁର ବଜାର ଠାରୁ ମୁତ୍ୟାଲୂମା ଙ୍କ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା କଡ଼ରେ ଅନେକ ଲୋକ ଘର ତିଆରି କରିବା ପାଇଁ ବାଲି,ଗୋଡ଼ି,ଇଟା ଗଦେଇ କରି ରଖିଥିବାରୁ ନାହିଁ ନଥିବା ସମସ୍ୟା ଦେଖା ଦେଇଛି।ଛାତ୍ର ଛାତ୍ରୀ ମାନେ ନିଜ ନିଜ ଶିକ୍ଷାନୁଷ୍ଠାନ ଯିବାରେ ସମସ୍ୟା ଭୋଗୁଛନ୍ତି ।ଉକ୍ତ ରାସ୍ତା ଦେଇ ଗ୍ରାମ ଦେବୀ ମୁତ୍ୟାଲୁ ମାଙ୍କ ମନ୍ଦିର ଓ ଶିବ ମନ୍ଦିରକୁ ଯାଉଥିବା ଭକ୍ତ ମାନେ ମଧ୍ୟ ସମସ୍ୟାରେ ପଡ଼ୁଛନ୍ତି।ସେହି ରାସ୍ତା ଉପରେ ଦଶ ରୁ ଉର୍ଦ୍ଧ୍ବ ସାହି ବାସିନ୍ଦା ନିର୍ଭର କରୁଥିବା ବେଳେ ଦୈନିକ ଚଳ ପ୍ରଚଳରେ ବାଧା ଉପୁଜୁଛି। ସେହିପରି କିଛି ଗାଡ଼ିମାଲିକ ଦିନ ରାତି ରାସ୍ତା ଉପରେ ଗାଡି ରଖୁଥିବା କାରଣରୁ ଅନ୍ୟ ଗାଡି ଚଳା ଚଳ କରିବାରେ ଅସୁବିଧା ହଉଥିବା ମଧ୍ୟ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।ଏଭଳି ଅମାନିଆ ଲୋକଙ୍କୁ ଆଜି ଲକ୍ଷ୍ମୀପୁର ପୋଲିସ ତରଫରୁ ସତର୍କ କରାଯାଇଛି।ପ୍ରତ୍ୟେକ ସାହି ରାସ୍ତାରେ ଏଭଳି ଯେଉଁ ମାନେ ରାସ୍ତା କଡ଼ରେ ଇଟା ବାଲି ଗୋଡ଼ି ରଖିଛନ୍ତି ତୁରନ୍ତ ସେସବୁ ଦୁଇଦିନ ଭିତରେ ନ ଉଠାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।ସେହିପରି ଗାଡି ମାଲିକ ମାନଙ୍କୁ ମଧ୍ୟ  ରାସ୍ତାରେ ଗାଡ଼ିମଟର ନରଖିବାକୁ ସତର୍କ କରିଦିଆଯାଇଛି।