Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ପ୍ରତିନିଧିଙ୍କ ପ୍ରତିଶ୍ରୁତିର ଦୁଇ ଦିନ ମଧ୍ୟରେ ପ୍ରତିଶ୍ରୁତି ପୂରଣ ହେଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଠାରୁ ୧୮କି.ମି ଦୂରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୁତୁଙ୍ଗିଆ ଗ୍ରାମ ଅବସ୍ଥିତ l ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ଋତୁଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫ମ ବାର୍ଷିକ ଉତ୍ସବ ଚଳିତ ମାସ ୧୭ ଶନିବାର ଦିନ ଆୟୋଜିତ ହୋଇଥିଲା l ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସାଂସଦ ପ୍ରତିନିଧି ଟୁନା ଦାସ ଓ ରୁତୁଙ୍ଗିଆ ସରପଞ୍ଚ ପିଙ୍କି ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟର ବିଭିନ୍ନ ଅଭାବ, ଅସୁବିଧା କଥା ଶୁଣିବା ପରେ ସେଠାରେ ସର୍ବ ସାଧାରଣ ଙ୍କ ସମ୍ମୁଖରେ ସାଂସଦ ପ୍ରତିନିଧି ଟୁନା ଦାସ ପିଲା ମାନଙ୍କ ବସି ଖାଇବା ପାଇଁ ନିଜସ୍ବ ଖର୍ଚ୍ଚରୁ ଏକ ଭୋଜନ କକ୍ଷ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ପ୍ରତିଶ୍ରୁତି ଦେବାର ଠିକ ଦୁଇ ଦିନ ମଧ୍ୟରେ ଅର୍ଥାତ୍ ଚଳିତ ମାସ ୧୯ ତାରିଖ ସୋମବାର ଦିନ ଭୋଜନ କକ୍ଷ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଦେଇଥିଲେ l ଦୀର୍ଘ ଦିନର ଅଭାବ ପୂରଣ କରିଥିବାରୁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା,ପୁରାତନ ଛାତ୍ର ସମାଜ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଅତ୍ୟନ୍ତ ଖୁସୀ ହୋଇ ଶ୍ରୀଦାସଙ୍କର ଏହି ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ