Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖରାରେ ସିଝୁଛି ସାରା ରାଜ୍ୟ; ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: କଲବଲ କରୁଛି ତାତି। ରାଜଧାନୀ ଭୁବନେଶ୍ବରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଝାରସୁଗୁଡାରେ ମଧ୍ୟ ୪୦ ଡିଗ୍ରୀ ଛୁଇଁଛି ପାରଦ। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କାଲିଠୁ ଆଜିର ସ୍ଥିତି ଆହୁରି ଉଦ୍‌ବେଗଜନକ। ମଙ୍ଗଳବାର ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଝାରସୁଗୁଡା । ଏହି ସମୟ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୦. ୬ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ଥିଲା ୪୦.୬। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ରାଜ୍ୟର ଅନ୍ୟସ୍ଥାନମାନଙ୍କରେ  ତାପମାତ୍ର ୩୫ ଡିଗ୍ରୀ ଉପରେ ରହିଛି । ହୀରାକୁଦରେ ୩୯.୧ ଡିଗ୍ରୀ ତାପମାତ୍ରା ଥିବାବେଳେ ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ,  ବାଲେଶ୍ୱରରେ ୩୭ .୪ ଡ଼ିଗ୍ରୀ,  କେନ୍ଦୁଝରରେ ୩୭ .୪ ଡ଼ିଗ୍ରୀ,  ପୁରୀରେ ୩୪.୨ଡ଼ିଗ୍ରୀ,  ଗୋପାଳପୁରରେ ୩୩.୮ଡ଼ିଗ୍ରୀ ଏବଂ ପାରାଦୀପ: ୩୨.୨ଡ଼ିଗ୍ରୀ ସେଲସିୟସ ରହିଛି ।