Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଣ୍ଡାଘାଟିରେ ଦୂର୍ଘଟଣା: ଜଣେ ମହିଳାଙ୍କ ମୃତ୍ୟୁ,୩ ଆହାତ

ମାଲକାନଗିରି(ମୁଦୁଲିପଡା):ବଣ୍ଡା ଜନଜାତି ରହୁଥିବା ଖଇରପୁଟ ବ୍ଳକ ବଣ୍ଡାଘାଟି ଅଣ୍ଡରାହାଲ ନିକଟରେ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାଇ ଅଣ୍ଡରାହାଲରୁ ଏକ କମାଣ୍ଡର କୋରାପୁଟ ଜିଲ୍ଲା ଅନକାଡେଲିକୁ ଯାଉଥିଲା । ଓତାଙ୍ଗଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ସହିତ ୩ ଜଣ ଗୁରୁତର ଆହତ ହୋଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଖବରପାଇ ସ୍ଥାନୀୟ ଲୋକେ ଆହତଙ୍କୁ ଅନକାଡେଲି ଚିକିତ୍ସାଳୟକୁ ନେଇ ଚିକିତ୍ସାରେ ସହଯୋଗର ହାତ ବଢାଇଛନ୍ତି। ତେବେ ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସେ ଅଣ୍ଡରାହାଲର ବୋଲି ଖବର ମିଳିଛି। ଖବରପାଇ ଘଟଣାସ୍ଥଳକୁ ମୁଦୁଲିପଡା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୁଦୁଲିପଡାରେ ଥାନାର ଆବଶ୍ୟକତାକୁ ନେଇ ଥାନା ଗଠନ ହୋଇଥିଲେ ମଧ୍ୟ ବଣ୍ଡା ଜନଜାତିକୁ ଭୟକରି ଏହା ବଣ୍ଡାଘାଟି ଠାରୁ ପ୍ରାୟ ୨୦ କି.ମି ଦୂରରେ ଥିବା ଖଇରପୁଟରେ ଏହା କାର୍ଯ୍ୟ କରୁଛି। ଫଳରେ ଏହି ଜନଜାତିଙ୍କ ସୁରକ୍ଷା ପାଇଁ ଯେଉଁ ଥାନା ରହିଛି ସେହି ଥାନା ଏହି ଜନଜାତିକୁ ଭୟ କରି ୨୦ କି.ମି ଦୂରରେ ଥିବାରୁ ସରକାରଙ୍କ ଅସଲ ଉଦ୍ଦେଶ୍ଯ ଦୀର୍ଘ ବର୍ଷ ଧରି ଫେଲ ମାରିଛି। ବର୍ତ୍ତମାନ ଓଡିଶାରେ ୫ଟି କ୍ରିୟାଶୀଳ ଥିବାରୁ ଏହି ଥାନା ସରକାରୀ ଘୋଷଣା ମତେ ମୁଦୁଲିପଡାରେ ରହିଲେ ବହୁ ଧନ ଜୀବନ ସୁରକ୍ଷିତ ହେବା ସହିତ ବଣ୍ଡା ଜନଜାତି ମଧ୍ୟ ସୁରକ୍ଷିତ ରହିପାରିବେ। ସମୟ ବଦଳି ଥିବାରୁ ସରକାର ଏଦିଗରେ ନୁଆଁ ରୂପାନ୍ତର କରିବେ ବୋଲି ସାରା ଜନତା ଆଶାବାଦୀ ରହିଛନ୍ତି । କେବଳ ଦେଖିବାକୁ ବାକି ରହିଲା ମୁଦୁଲିପଡା ନାମରେ ଥିବା ଥାନା ଖଇରପୁଟରୁ ମୁଦୁଲିପଡାକୁ କେବେ ସ୍ଥାନାନ୍ତର ହେବ,ଅବା ମୁଦୁଲିପଡା ଥାନାକୁ ହଟାଇ ସରକାର ଖଇରପୁଟ ଥାନା ନାମରେ ପରିବର୍ତ୍ତନ କରିବେ । ୫ଟି ଯାହା ବିଚାର କରିବେ ତାହାହିଁ ସେହି ଅଞ୍ଚଳର ଭାଗ୍ୟ ଓ ଭବିଷ୍ୟତ ବୋଲି ଏହି ଦୂର୍ଘଟଣା ପରେ ବଡ ଆଲୋଚ୍ୟ ବିଷୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ