Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ନୂତନ ମିଶନ ଶକ୍ତି ଗୃହ ଉଦଘାଟନ, ୫ କୋଟି ୮୦ଲକ୍ଷ ଋଣ ପ୍ରଦାନ

ଜମନକିରା : ଜମନକିରା ବ୍ଲକ ପରିସରରେ ଆଜି ଏକ ନୂତନ ମିଶନ ଶକ୍ତି ଗୃହ ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଅଛି। ବିଡ଼ିଓ ରୀନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ମହୋତ୍ସବ ସଭାରେ ବିଧାୟକ ଶ୍ରୀ ନାଏକ ପୂଜାର୍ଚ୍ଚନା କରି ଗୃହକୁ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସ୍ରିତା ଭୋଇ, ସ୍ନିଗ୍ଧା ପଟେଲ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଦିଲୀପ ଦାସ, ୟୁନିଅନ ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାର ସାହୁ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଶାଖା ପରିଚାଳକ ମୋଷୋଚିଷ୍ଟିକ୍ ରତନ ମୁର୍ମୁ ମଞ୍ଚାସୀନ ରହି ବିଭିନ୍ନ ହିତାଧିକାରୀ ଙ୍କୁ ଋଣ ପ୍ରଦାନ କରିଥିଲେ। ମିଶନ ଶକ୍ତି ବ୍ଲକ ସମିତିର ସଭାନେତ୍ରୀ ବିନତା ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ଜୀବିକା ମିଶନର ବିପିଏମ ସରୋଜ କୁମାର ମିଶ୍ର ମହିଳା ମା” ମାନଙ୍କ ପାଇଁ ଯାହା ସବୁ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିଛନ୍ତି, ସେ ସବୁ ଗୁଡ଼ିକ ବିସ୍ତୃତ ଭାବେ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ବୁଝାଇଥିଲେ। ଆଜି ଗୃହ ଉଦଘାଟନ ବେଳେ ବ୍ଲକ ଅଞ୍ଚଳର ମୋଟ ୧୨୫ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ୫ କୋଟି ୮୦ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା। ବିଧାୟକ ଶ୍ରୀ ନାଏକ ଏବଂ ଅଧ୍ୟକ୍ଷା ଶ୍ରୀମତୀ ଭୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। ଶେଷରେ ବିଡ଼ିଓ ସୁଶ୍ରୀ ନାଏକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।