ଶବରୀ ନାରାୟଣ ପୀଠର ରୌପ୍ୟ ଜୟନ୍ତୀ


ସମ୍ବଲପୁର:ମାନେଶ୍ଵର ବ୍ଲକ ବାଉଁଶରା ସ୍ଥିତ ଶବରୀ ନାରାୟଣ ପିଠ ଠାରେ ରୋପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଆଜକୁ 25 ବର୍ଷ ତଳେ 1998ରେ ଶବରୀ ନାରାୟଣ କଲ୍ୟାଣ ସଂଘ ତରଫରୁ ବାଉଁଶରା ଠାରେ ଏହି ପୂଜା ଆରମ୍ଭ କରାଯାଇଥିଲା l ପ୍ରତ୍ୟେକ ବର୍ଷ ମାଘ ଚତୁର୍ଦଶୀ ଦିନ ଏହି ପୂଜା ଅନୁଷ୍ଠିତ ହୋଇଥାଏ l ଗତ କିଛି ବର୍ଷ ତଳେ ଏଠାରେ ମନ୍ଦିର ତିଆରି ହେବା ପରେ ପୂଜା ମହୋତ୍ସବ ଧୂମଧାମରେ ପାଳିତ ହେବା ସହ ହଜାର ହଜାର ସଂଖ୍ୟାରେ ସହରା ସମାଜ ତଥା ଅଞ୍ଚଳ ବାସୀଙ୍କ ସମାବେଶ ହେଉଛି l ଚାଳିତ ବର୍ଷ ମଧ୍ୟ୍ୟ 12ହଜାର ରୁ ଅଧିକ ଭକ୍ତଙ୍କ ସମାବେଶ ହୋଇଥିଲା l ଏହି ଅବସରରେ କଳସ ସ୍ଥାପନ, ହୋମ ଯଜ୍ଞ ଓ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ସୂର୍ଯ୍ୟ କୁମାର ପାଢ଼ୀ ଓ ସୁକାନ୍ତ ତ୍ରିପାଠୀ ପୂଜା କାର୍ଯ୍ୟ ପରିଚାଳନା କରିଥିବା ବେଳେ ବଳରାମ ଭୋଇ, ଉଦ୍ଧବ ଭୋଇ, ଲକ୍ଷ୍ମୀ ନାରାୟଣ ଭୋଇ, ଦେବେରାଜ ବିଶ୍ୱାଳ ପ୍ରମୁଖ ସ୍ବପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ l ଏହି ଅବସରରେ ଶବରୀ ନାରାୟଣ କଲ୍ୟାଣ ସଂଘର ସଭାପତି ପର୍ଶୁରାମ ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଅତିଥିଭାବେ ଯୋଗଦେଇଥିଲେ l ଏହି ଅବସରରେ ଶବରୀ ନାରାୟଣ ମନ୍ଦିର ପାଇଁ ନିଜକୁ ଉସର୍ଗିତ କରିଥିବା ପୁରାତନ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା l
ଶେଷରେ ସଂଘର ପ୍ରକଳ୍ପ ସଂଯୋଜକ ମକରଧ୍ୱଜ ବର୍ଗେ ଧନ୍ୟବାଦ ଅର୍ପଣ କରିଥିଲେ l ନୀଳାଞ୍ଚଳ ବାଗ, ଜୟନାରାୟ ଭୋଇ, ଚନ୍ଦ୍ରହାସ୍ୟ ନେଗୀ, ସଞ୍ଜୟ ଭୋଇ,ଲବ ବିଶ୍ୱାଳ, ଲାଳବିହାରୀ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l