Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡ଼ିର ମିଶ୍ରଣ ପର୍ବ : ସାମିଲ୍ ହେଲେ ୧୦୦ ରୁ ଉର୍ଦ୍ଧ୍ଵ ମହିଳା

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ କୋଟଗଡ଼ ବ୍ଲକ୍ ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ନେତୃତ୍ବରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ଉପସ୍ଥିତିରେ ନିର୍ବାଚନ ମଣ୍ଡଳୀର କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ଵ ମହିଳା ବିଜେଡ଼ିରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଅଞ୍ଚଳର ମାଁ ମାନେ ଆଜି ସ୍ବାବଲମ୍ବୀ ହୋଇପାରିଛନ୍ତି । ପ୍ରତି ଗାଁ ରେ ରାସ୍ତା,ପାନୀୟ ଜଳର ବ୍ୟବସ୍ଥା ହୋଇପାରିଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ଆମକୁ ବିଭିନ୍ନ ସମୟରେ ସହଯୋଗର ହାତ ବଢ଼ାଇଛନ୍ତି । ଗାଁ ରେ ଥିବା ମା’ ପାଟ୍ଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ଆମକୁ ଦୁଇଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଣୁ ଆମେ ଆଜି ସଂକଳ୍ପ ବଦ୍ଧ ଆମେ ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସାଥିରେ ଅଛୁ ଏବଂ ରହିବୁ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି । ଅଞ୍ଚଳବାସୀଙ୍କ ମନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଭଲପାଇବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଏଥିସହିତ ଆମେ ମଧ୍ୟ ଅଞ୍ଚଳବାସୀଙ୍କ ସାଥିରେ ଥିଲୁ ଅଛୁ ଏବଂ ଆଗକୁ ମଧ୍ୟ ଏଭଳି ରହିବୁ ବୋଲି ଟୁନା ଦାସ ଓ ମନୋଜ ସାବତ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ