Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଦ୍ଦା ଚେତନା କ୍ଳବ କ୍ରିକେଟ୍ ଟୁର୍ନାମେଣ୍ଟ, ଝାଙ୍କରପାଲି ଚମ୍ପିୟାନ

ଚିପିଲିମା,(ସମ୍ବଲପୁର)ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୋମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତ ବୁର୍ଦ୍ଦା ଚେତନା କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ୧୫ ତମ ଦ୍ବିଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚ ରେ ୩୮ ରନ୍ ରେ ଝାଙ୍କରପାଲି ଦଳ ବିଜୟୀ ହୋଇ କପ୍ ହାସଲ କରିଛନ୍ତି I ଆୟୋଜିତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଵିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଚ୍ଛାମୁଣ୍ଡା ସମିତି ସଭ୍ୟ ଡେବିଟ୍ ବୋତ୍ରା, ନାଏକ ସରପଞ୍ଚ ଭରତ ଠେଲା, ନୀଳାଦ୍ରି ପଟ୍ଟନାୟକ ଯୋଗଦାନ କରି ବିଜେତା ଓ ଉପ ବିଜେତା ଙ୍କୁ ପୁରସ୍କାର ବିତରଣ କରିଥିଲେ I ପ୍ରଥମେ ବ୍ୟାଟିଂ କରି ଝାଙ୍କରପାଲି ଦଳ ନିର୍ଦ୍ଧାରିତ ୮ ଓଭରରେ ୫ ୱାଇକେଟ୍ ବିନିମୟ ରେ ୯୦ ରନ୍ ସଂଗ୍ରହ କରିଥିଲେ I କଦଳୀମୁଣ୍ଡାର ଲିଙ୍କିଙ୍ଗ ପାର୍କ ଦଳ ୪ ୱାଇକେଟ୍ ହରାଇ ନିର୍ଦ୍ଧାରିତ ୮ ଓଭର ରେ ୫୨ ରନ କରିଥିଲେ I ଏହି ଖେଳ କୁ ଅମ୍ପାୟାର ଭାବେ ହେମନ୍ତ ସାହୁ ଏବଂ ମନୋରଞ୍ଜନ ସାହୁ ପରିଚାଳନା କରିଥିଲେ I ଝାଙ୍କରପାଲି ଦଳ ର ଇନ୍ଦ୍ର ଏବଂ ଭିକି ଙ୍କୁ ଯଥା କ୍ରମେ ମ୍ୟାନ ଅଫ ଦି ମ୍ୟାଚ୍ ଏବଂ ମ୍ୟାନ ଅଫ ଦି ସିରିଜ୍ ଟ୍ରଫି ପ୍ରଦାନ କରାଯାଇଥିଲା I ଚେତନା କ୍ଳବ ର ସଭାପତି ସମ୍ପାଦକ ଏବଂ ସମସ୍ତ ସଦସ୍ୟ ଏହି ଟୁର୍ନାମେଣ୍ଟ ରେ ସକ୍ରୀୟ ସହଯୋଗ କରିଥିଲେ I ଟୁର୍ନାମେଣ୍ଟ ରେ ସମୁଦାୟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ I ବିଜେତା ଦଳ କୁ ଟ୍ରଫି ସହ ନଗଦ ରାଶି ଏବଂ ଉପ ବିଜେତା ଦଳ କୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ