Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଟଡିହି ପଞ୍ଚାୟତ ସମିତି ରେ ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ।

ଅଜି ହାଟଡିହି ବ୍ଲକର ରେ ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତାଙ୍କର ଶେଷ କାର୍ଯ୍ୟକାଳ ରେ ଶେଷ ପଞ୍ଚାୟତ ସମିତି ବୈଠକ ଯୋଗ ଦେଇଥିଲେ। ଏଥରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ହାଟଡିହି ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଧାୟକ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳ, କୌଶଲ୍ୟା ସେଠୀ, ତହସିଲଦାର ହାବିଲ ଖା ଖା, ଜିପିଓ ଶରତ କୁମାର ବେଜ ଙ୍କ ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ଏଥିରେ ସରକାର ଙ୍କ ଦ୍ଵାରା ପରିଚାଳିତ  ବିଭିନ୍ନ ବିଭାଗ  ଗୁଡ଼ିକ ମଧ୍ୟରୁ କେବଳ ଶିକ୍ଷା ବିଭାଗ ଅନୁପସ୍ଥିତ ରହିଥିଲେ। ଏହାକୁ ସମ୍ପୂର୍ଣ୍ଣ ଭାବେ ହାଟଡିହି ପଞ୍ଚାୟତ ସମିତି ପକ୍ଷରୁ ସୂଚାରୁ ରୁପେ ପରିଚାଳନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ