Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏ ବର୍ଷ ସ୍ୱାଭାବିକ ରହିବ ମୌସୁମୀ; ଆଇଏମ୍‌ଡି

ନୂଆଦିଲ୍ଲୀ: ଏ ବର୍ଷ ର ମୌସୁମୀର ପ୍ରଭାବ ସ୍ୱାଭାବିକ ରହିବ। ଏ ନେଇ ଆଜି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏଲ ନିନୋର ପ୍ରଭାବ ମୌସୁମୀ ବେଳେ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏହା ବର୍ଷାକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ତେବେ ମୌସୁମୀ କେବେ ପ୍ରବେଶ କରିବ ଓ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କିତ ସମସ୍ତ ବିବରଣୀ ଆସନ୍ତା ମାସ ପ୍ରଥମ ସପ୍ତାହରେ ଦିଆଯିବ ବୋଲି ଆଇଏମଡି କହିଛି।

ଏଲ ନିନୋର ପ୍ରଭାବ ପଡ଼ିଲେ ବର୍ଷାର ମାତ୍ରା ସାଧାରଣତଃ କମ ହୋଇଥାଏ। ଦକ୍ଷିଣ ଓ ପଶ୍ଚିମ ଭାରତରେ ଯଦି ମୌସୁମୀ ବର୍ଷା ଉପରେ ଏଲ ନିନୋର ପ୍ରଭାବ ପଡ଼ିବ, ତା’ହେଲେ ମରୁଡ଼ି ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଥାଏ।