ସମ୍ବଲପୁର ମହାନଗର ଉପକଣ୍ଠରେ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ଷ୍ଟାଡିୟମର ଆବଶ୍ୟକତା ରହିଛି : ସକ୍ଷମ


ସମ୍ବଲପୁର :ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେଲା ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ଯେଉଁ ସ୍ତରରେ ବିକାଶ ହେବା କଥା ହୋଇ ପାରିନାହିଁ l ସରକାରି କିମ୍ବା ବେସରକାରୀ ସ୍ତରରେ ଯେଉଁ ଆନ୍ତରିକତା ରହିବା କଥା ରହିନାହିଁ l ଅନେକ କିଛି ବର୍ଷ ପୂର୍ବେ ରଣଜି ଟ୍ରଫି କ୍ରିକେଟ, ଦେଓଧର ଟ୍ରଫି କ୍ରିକେଟ ଗୁଡିକ ଆୟୋଜିତ ହେଉଥିଲା, ହେଲେ ଅନେକ ବର୍ଷ ହେଲା ଏହିପରି କ୍ରୀଡା ଇଭେଣ୍ଟ ଆୟୋଜନ ହେଉନାହିଁ l ଏହାର ଏକ ମାତ୍ର କାରଣ ହେଲା ଭିତ୍ତି ଭୂମି ର ବିକାଶ ହେଉନାହିଁ l
ଯାହାହେଉ ବିଳମ୍ବ ରେ ହେଲେ ବି ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ର ଭିତ୍ତି ଭୂମି ର ବିକାଶ ପାଇଁ ଅର୍ଥ ବ୍ୟୟ ବରାଦ ଘୋଷଣା କରିଛନ୍ତି 5 ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏବଂ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ବିଷୟ, ହେଲେ ଯେପରି ଭାବରେ ଅନ୍ୟ ବଡ ବଡ଼ ସହର ମାନଙ୍କରେ ସହର ଉପକଣ୍ଠ ରେ କ୍ରୀଡ଼ାଙ୍ଗନ ମାନ ପ୍ରତିଷ୍ଠା କରୁଛନ୍ତି ସେପରି ସମ୍ବଲପୁର ମହାନଗର ଉପକଣ୍ଠ ରେ ଏକ ଅନ୍ତର୍ଜାତୀୟ ସ୍ତରୀୟ ଅତ୍ୟାଧୁନିକ ଷ୍ଟାଡିଅମ ର ନିର୍ମାଣ କରାଯିବାର ଆବଶ୍ୟକତା ରହିଛି ବୋଲି ସାମାଜିକ ଅନୁଷ୍ଠାନ ” ସକ୍ଷମ ” ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଓ ଦେଓକିରଣ ପଟ୍ଟନାୟକ ଏକ ପ୍ରେସ ବିବୃତି ରେ ଦାବୀ ଜଣାଇଛନ୍ତି l ସହର ର ଲୋକସଂଖ୍ୟା ଯେପରି ମାତ୍ରା ରେ ବଢ଼ିବାରେ ଲାଗିଛି ସେପରି ମାତ୍ରା ରେ ଗାଡି ମଟର ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି l ବଡ଼ ଇଭେଣ୍ଟ ର ଆୟୋଜନ ହେଲେ ଯେଉଁ ମାତ୍ରା ରେ ଦର୍ଶକ ଙ୍କର ଆଗମନ ହୋଇଥାଏ, ଟ୍ରାଫିକ ବ୍ୟବସ୍ଥା ଏକ ମୁଖ୍ୟ ସମସ୍ୟା ହୋଇଥାଏ l ତେଣୁ, ଭି.ଏସ.ଏସ. ଷ୍ଟାଡିଅମ ର ଭିତ୍ତି ଭୂମି ର ବିକାଶ କରାଯାଉ, ଏହା ବାଦ ସମ୍ବଲପୁର ମହାନଗର ଉପକଣ୍ଠ ରେ ସମସ୍ତ କ୍ରୀଡା ପାଇଁ ଉଦ୍ଧିଷ୍ଟ ଏକ ଅନ୍ତର୍ଜାତୀୟ ସ୍ତରୀୟ ଅତ୍ୟାଧୁନିକ ଷ୍ଟାଡିଅମ ର ପ୍ରତିଷ୍ଠା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସକ୍ଷମ ଦାବୀ ଜଣାଉଛି l ଏହାଦ୍ୱାରା ର କ୍ରୀଡା କ୍ଷେତ୍ରରେ ବିକାଶ ହେବା ସଙ୍ଗେସଙ୍ଗେ ସାମଗ୍ରିକ ଭାବରେ ସହରବାସୀ ମଧ୍ୟ ଅନେକ ସ୍ତରରେ ଉପକୃତ ହୋଇପାରିବେ ବୋଲି ସକ୍ଷମ ପକ୍ଷରୁ କୁହାଯାଇଛି l