Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗମୀ ୨୭ ରେ ବିଜେପି ଘେରିବ ଟିପିଡବ୍ଲୁଓଡିଏଲ୍

ସମ୍ବଲପୁର:ରାଜ୍ୟରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଓ.ଏସ.ଇ.ବି ହାତ ରେ ଥାଉ କି ୱେସ୍କୋ ହାତରେ ଥାଉ କି ଟାଟା ପାୱାର ହାତରେ ଉପଭୋକ୍ତା ଙ୍କ ଅଵସ୍ଥା ଯଥା ପୂର୍ବମ ତଥା ପରମ୍ । ବିଦ୍ୟୁତ୍ ଯୋଗାଣ ରେ ଅବ୍ୟବସ୍ଥା ଓ ଉପଭୋକ୍ତା ଙ୍କୁ ଶୋଷଣ କରିବାରେ କେହି କାହାକୁ କମ୍ ନୁହଁନ୍ତି । ବର୍ତ୍ତମାନ୍ ତ୍ ଟାଟା ପାୱାର ସମସ୍ତ୍ ସୀମା ଉଲଂଘନ କାରି ସାରିଲାଣି ।
ସେ ଅଘୋଷିତ ବିଜୁଳି କାଟ ହେଉ କି ତ୍ରୁଟିପୂର୍ଣ୍ଣ ବିଲିଙ୍ଗ କରିବାରେ ହେଉ ଟାଟା ପାୱାର ପୂର୍ବ ର ଓ.ଏସ.ଇ.ବି ଓ ୱେସ୍କୋ ଠୁଁ ବଳି ଗଲାଣି । ବର୍ତ୍ତମାନ୍ ପରିପେକ୍ଷିରେ ଟାଟା ପାୱାର ର ସ୍ମାର୍ଟ୍ ମିଟର ବ୍ୟବସ୍ଥା ବୋଝ୍ ଉପରେ ନଳିତା ବିଡା ସଦୃଶ ହେଲାଣି ।
ଉପଭୋକ୍ତ ଙ୍କୁ ପ୍ରକୃତ କାରଣ ଓ ମିଟର ସଂପର୍କିତ ସବିଶେଷ ବିବରଣୀ ପ୍ରଦାନ ନ କରି ସ୍ମାର୍ଟ ମିଟର ସ୍ଥାପନ କରି ଦିଆଯାଉଛି । ଭିଜିଲାନ୍ସ ଚେକିଙ୍ଗ ନା ରେ ଅଯଥା ହଇରାଣ କରି ଲକ୍ଷାଧିକ ଟଙ୍କା ର ତଣ୍ଡ ରେ ଦଣ୍ଡିତ କରାଯାଉଛି । ୱେସ୍କୋ ସମୟରେ ବିବାଦିତ ବକେୟା ପାଉଣା ର କୌଣସି ସମାଧାନ ନ କରି ବକେୟା ପାଉଣା ଅସୁଲ କରାଯାଉଛି ନଦେଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି ।
ଏଭଳି ଅନେକ ସମସ୍ୟା ର ଶୀଘ୍ର ଓ ସ୍ଥାୟି ସମାଧାନ ପାଇଁ ଆସନ୍ତି ୨୭ ତାରିଖ ରେ ସମ୍ବଲପୁର ବିଜେପି ପକ୍ଷରୁ ଟି.ପି.ଡବ୍ଲୁ.ଓ.ଡି.ଏଲ୍ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ ଘେରାଉ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ଆଜି ସ୍ଥାନିୟ ବିଜେପି କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ସଭାପତିତ୍ବ ରେ ହୋଇଥିବା ଆଜିର ବୈଠକ ରେ ବିପିନ ଭାଟିଆ, ଡ.ପ୍ରମୋଦ ରଥ, ସମିର ରଞ୍ଜନ ବାବୁ, ସୁଶାନ୍ତ କୁମାର ପୁରୋହିତ, ସରୋଜ ଦଲପତ୍, ଫଣି ଭୂଷଣ ମିଶ୍ର, ଅରୁଣ ଦାସ, ଅଜୟ ବଡଗେୟାଁ, ନିରଞ୍ଜନ ଦାସ, ଅଜିତ ବେହେରା, ପ୍ରଭୁଡଦତ୍ତ ପଣ୍ଡା, ଅଭିଷେକ ମିଶ୍ର, ସନ୍ତୋଷ ଡ଼ାଲୁଆ, କାହ୍ନୁରାମ ଶର୍ମା, ଶିବ ଦିୱାନ୍, ରାଜୀବ ଲୋଚନ ସାହୁ, ମହେଶ ପାଲିୱାଲ୍, ବିଜେପି ରାଜ୍ୟ ପେନାଲିଷ୍ଟ୍ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ