ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଗଠନ କୁ ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ପୌର ସୁବିଧା ରେ କୌଣସି ସୁଧାର ଆସି ନାହିଁ । ସବୁ କ୍ଷେତ୍ରରେ ପୌର ପରିଷଦ ର ଅବସ୍ଥା ବ୍ୟବସ୍ଥା ଠୁଁ ବି ଅତି ଶୋଚନୀୟ ଅବସ୍ଥା ବ୍ୟବସ୍ଥା ରେ ବର୍ତ୍ତମାନ୍ ର ମହାନଗର ନିଗମ ଅଞ୍ଚଳବାସୀ । ପୌରାଞ୍ଚଳବାସୀ ଙ୍କ ର ସର୍ବନିମ୍ନ ପୌର ସମସ୍ୟା ର ସମାଧାନ ମଧ୍ୟ ହୋଇପାରୁ ନାହିଁ । ବର୍ତ୍ତମାନ ସବୁଠୁ ବେଶି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ମହାନଗର ନିଗମ ରେ ସାମିଲ ହୋଇଥିବା ୧୨ ଟି ପଞ୍ଚାୟତବାସୀ । ନା ପାଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ର ସୁବିଧା ନା ପାଉଛନ୍ତି ମହାନଗର ନିଗମ ର ସୁବିଧା । ମହାନଗର ନିର୍ବାଚନ ହୋଇ ନଥିବାରୁ ସ୍ଥାନୀୟ ଜନପ୍ରତିନିଧି ନାହାଁନ୍ତି । ତେଣୁ, ଲୋକେ ସାମାନ୍ୟ ଓ ମୌଳିକ ପୌର ସମସ୍ୟା ପାଇଁ ମାଧ୍ୟ ବିଧାୟକ ଙ୍କ ଦ୍ବାରସ୍ଥ ହେଉଛନ୍ତି ।
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ ଟି ପଞ୍ଚାୟତ ମହାନଗର ନିଗମ ରେ ସାମିଲ ହୋଇଛି । ମହାନଗର ନିଗମ ଅଞ୍ଚଳବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ରହିଛି ଜନ ସ୍ବାସ୍ଥ୍ୟ ବିଭାଗ ଅଧିନରେ । ସ୍ୱାଧୀନତା ର ୭୭ ବର୍ଷ ଓ ମହାନଗର ନିଗମ ଗଠନ ର ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ସେ ଅଞ୍ଚଳବାସୀ ବିଶୁଦ୍ଧ ପାନୀୟ ଜଳ ଟିକିଏ ପାଇଁ ହଇରାଣ ହେଉଛନ୍ତି ।
ଏଣୁ ଅଞ୍ଚଳବାସୀ ଙ୍କ ପାନୀୟ ଜଳ ସମସ୍ୟା ର ଶିଘ୍ର ଓ ସ୍ଥାୟି ସମାଧାନ ପାଇଁ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଜନ ସ୍ବାସ୍ଥ୍ୟ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ରେ ଆଲୋଚନା କରିଛନ୍ତି । ହୀରାକୁଦ ଜଳଭଣ୍ଡାରର ତଳେ ଓ ମହାନଦୀ ର କୂଳରେ ରହୁଥିବା ଲୋକଙ୍କୁ ଯଦି ପାନୀୟ ଜଳ କଷ୍ଟ ଭୋଗିବାକୁ ପଡୁଛି ତାହାଲେ ବିଭାଗ କଣ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଦେଲା ପରେ ମଧ୍ୟ କାହିଁକି ସ୍ଥିତି ରେ ସୁଧାର ଆସୁନାହିଁ ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ସମସ୍ତ ସମସ୍ୟା ବିଷୟ ରେ ଅବଗତ ହେଲା ପରେ ଅଧିକ୍ଷଣ ଯନ୍ତ୍ରୀ ସମସ୍ୟା ଗୁଡ଼ିକର ଶିଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।
ଏହି ଆଲୋଚନା ସମୟ ରେ ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଙ୍କ ସମେତ ପ୍ରକାଶ ସାହୁ, କିଶୋର ମହାକୁଡ, ସୁଜିତ୍ ବଢେଇ, ଧିରେନ୍ ନାଗ, ଦୀପକ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।
ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟିଲେ ବିଧାୟକ
