Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜିକ ଅନୁଷ୍ଠାନ ସେବା ର ବାର୍ଷିକ ବନ୍ଧୁ ମିଳନ: ସେବା କାର୍ଯ୍ୟକୁ ପ୍ରଶଂସା

ସମ୍ବଲପୁର: ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ” ସେବା” ର ବାର୍ଷିକ ବନ୍ଧୁ ମିଳନ ଆଜି ଅନୁଷ୍ଠିତ ହୋଇଯାଇଛି I ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଖଣ୍ଡୁଆଳ ନିମସରିଏନ୍ ଠାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ କବିତା ପୁରୋହିତ, ସୂର୍ଯ୍ୟ ପାଣିଗ୍ରାହୀ, ନରେଶ ବର୍ମା, ଲଷ୍ମୀ ପ୍ରସାଦ ମହାପାତ୍ର, ସୁଶାନ୍ତ ମହାପାତ୍ର, ରାମଦାସ ପଣ୍ଡା, ସତ୍ୟେନ୍ଦ୍ର ଦାଶ, ମାନ ଭଂଜନ ପଶାୟତ, ଶାନ୍ତନୁ ମିଶ୍ର, ସରୋଜ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ସେବା ର ସମାଜସେବା କାର୍ଯ୍ୟ କୁ ଭୁରିୟସୀ ପ୍ରଶଂସା କରିଥିଲେ I ସେବା ର ଅଧକ୍ଷ ସମାଜସେଵୀ ଡ଼ଃ ଅମର ତାଣ୍ଡିଆ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର ସ୍ୱାଗତ ଅଭିଭାଷଣ ଏବଂ ଅରବିନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୯ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ସେବା ମାତୃ ଶକ୍ତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା I ସଭା ପ୍ରାରମ୍ଭ ରେ ଅତିଥି ଗଣ ମା’ ନିମସରିଏନ୍ ଙ୍କ ଠାରେ ଧୂପ, ଦୀପ ପ୍ରଜ୍ବଳନ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ଆୟୋଜନରେ ଇନ୍ଦ୍ରଜିତ ବାରିକ, ଶୁଭମ ସାହୁ, କିଶୋର ବାଗ, ଚିତ୍ତ ରଞ୍ଜନ ମୁଣ୍ଡା, ବିଜୟ ସାହୁ, ଅନିଲ ଦାସ, ସନତ କୁମାର ବେହେରା, ସୁପ୍ରିତ ନାୟକ, ରାଜେଶ ଷଣ୍ଢ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ପରିଶେଷରେ ରାକ୍ଷୀ ଏବଂ ସାଥି କଳାକାର ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ୱ ଲୋକ ଙ୍କ ସମାଗମ ହୋଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ