Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଙ୍ଗାଲୋର ଦର୍ଶନ:ମାନବୀୟ ଗୁଣର ମହାନୁଭବତା

ସମ୍ବଲପୁର:ବାପା ଓ ଝିଅଙ୍କ ଏକ ଖୁସୀ ମୁହୂର୍ତ୍ତର ବିରଳ ଚିତ୍ରକୁ ନେଇ ଆଜି ଦିନରେ ବଡ ଚର୍ଚା । ହେଲେ ଏହି ବାପା ଝିଅ ଜଣେ ସାଧାରଣ ପରିବାରର ନୁହଁନ୍ତି କି କେହି କାହାକୁ କମ୍ ନୁହଁନ୍ତି। ଏଭଳି ଏକ ବିରଳ ଚିତ୍ର ଗତ ସପ୍ତାହରେ ବାଙ୍ଗାଲୋରର ଜୟନଗରର ଏକ ଆଇସ୍କ୍ରିମ୍ ପାର୍ଲୋରରେ ଦେଖିବାକୁ ମିଳିଥିଲା। ଉଭୟ ବାପା ଝିଅ ଏକ ସାଧାରଣ ଆଇସ୍କ୍ରିମ୍ ପାର୍ଲୋରରେ ବସି ଆଇସ୍କ୍ରିମ୍ ଖାଉଥିଲେ । ହେଲେ ସେମାନଙ୍କ ପରିଚୟ ଶୁଣିଲେ ଯେ କେହିନା ଆଶ୍ଚର୍ଯ୍ୟ ହେବେ । ବାପା ହେଉଛନ୍ତି ସମଗ୍ର ଭାରତ ବର୍ଷର ଜଣେ ନାମୀ ବ୍ୟକ୍ତିତ୍ୱ। ସେ ହେଉଛନ୍ତି ନାରାୟଣ ମହାନ୍ତି। ଜଣେ ରିଚେଷ୍ଟ ବିଲିନିଅର୍ସ ଓ ସେଲିବ୍ରେଟି ହିସାବରେ କ୍ଷାତି ରହିଛି। ସେହିପରି ଝିଅବି କିଛି କମ୍ ନୁହଁନ୍ତି। ନାରାୟଣ ମହାନ୍ତିଙ୍କ ଝିଅ ହେଉଛନ୍ତି ପ୍ରଥମ ମହିଳା ଯିଏକି ଇଂଲଣ୍ଡର ଓ ବ୍ରଟିସ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଧର୍ମପତ୍ନୀ ।କିନ୍ତୁ ବିନା ସୁରକ୍ଷା ଓ ବିନା ଅଧିକାରୀଙ୍କ ଗହଣରେ ଏହି ନାମକରା ବାପା ଝିଆଙ୍କୁ ଦେଖି ଅନେକଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି । ସତରେ ଏହାକୁ କୁହାଯାଏ ମାନବୀୟ ଗୁଣର ମହାନୁଭବତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ