Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳର ଦବ ଦବା ଜାରୀ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ୫୦୦ ରୁ ଉର୍ଦ୍ଧ କର୍ମୀ..

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପୂର୍ବରୁ ତୁମୁଡିବନ୍ଧ ବ୍ଲକ ରେ ଶକ୍ତିଶାଳୀ ଓ ସୁଦୃଢ ହେଉଛି ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତନିଧି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ଦିନକୁ ବିଜେପି ଓ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଉଛନ୍ତି ହଜାର ହଜାର କର୍ମୀ l ରବିବାର ଦିନ ତୁମୁଡିବନ୍ଧରେ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ବିଜେଡି ରେ ସାମିଲ ହୋଇଛନ୍ତି ୫୦୦ ରୁ ଉର୍ଦ୍ଧ କର୍ମୀ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାଜୀବ ପାତ୍ର, ବାଲିଗୁଡା ନଗର ବିଧାୟକ ପ୍ରତନିଧି ଅବନୀ କାନ୍ତ ନାୟକ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ବ୍ଲକ ସଭାନେତ୍ରୀ ରେଣୁବାଳା ମହାନ୍ତି, କନ୍ଧମାଳ ଜିଲ୍ଲା ମହିଳା ଜନତା ଦଳ ସମ୍ପାଦିକା ନଳିନୀ ପ୍ରଧାନ, ଯୁବ ସଭାପତି ରାମଚନ୍ଦ୍ର ଚାନ୍ଦ, ଛାତ୍ର ସଭାପତି ସୁଜିତ କୁମାର ସାହୁ, କନ୍ଧମାଳ ଜିଲ୍ଲା ଛାତ୍ର ଜନତା ଦଳ ଉପସଭାପତି ବାବୁଛେନ ମଣ୍ଡଳ, କନ୍ଧମାଳ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ସାମୁଏଲ ନାୟକ, ବ୍ଲକ ଉପସଭାପତି ଅମୀୟ ପରାସେଟ ଓ ତୁମୁଡିବନ୍ଧ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ସଭାପତି ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତରେ ତୁମୁଡିବନ୍ଧ ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କର୍ମକର୍ତା କଂଗ୍ରେସ ଓ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି l ବାଲିଗୁଡା ପ୍ରଭାରୀ ଅଜୟ ମହାରଣା ଓ ବାଲିଗୁଡା ସଂଯୋଜକ ଟୁନା ଦାସ ଦଳୀୟ ଉତ୍ତରୀୟ ପରିଧାନ କରି ନୂତନ ଭାବେ ଦଳରେ ସାମିଲ ହେଇଥିବା କର୍ମୀଙ୍କୁ ସ୍ୱାଗତ କରିଥିଲେ l ଆଜିର ଏହି ଜନସମୁଦ୍ର ସମାବେଶ ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ଏକ ଝଟକା କହିଲେ ଅତ୍ୟୁକ୍ତି ହେବନି ଏବଂ ତୁମୁଡିବନ୍ଧ ବ୍ଲକ ରେ ବିରୋଧୀ ଶୂନ୍ୟ ହେବା ସମୟ ଆସିଗଲାଣି ବୋଲି ବିଜେଡିର ବରିଷ୍ଠ ନେତା ମାନେ ପ୍ରକାଶ କରିଛନ୍ତି l