Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା : ଜଣେ ମୃତ ଜଣେ ଆହତ

ସମ୍ବଲପୁର : ପଡ଼ିଆବାହାଲ ରୁ ମେଘପାଳ ଯିବା ରାସ୍ତା ହିରୋ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଆହତ ହୋଇଥିବା ନେଇ ସୂଚନା ମିଳିଛି।ମିଳିଥିବା ସୂଚନା ମତେ ମେଘପାଳ ର ପ୍ରାୟ ୪୫ ବର୍ଷ ବୟସ୍କ ସଫଳ ଧାନ ନାମକ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁବରଣ ହୋଇଥିବା ବେଳେ ତାଙ୍କ ସାଥିରେ ଥିବା ପ୍ରାୟ ପଚାଶ ବର୍ଷ ବୟସ୍କ ମହେଶ ସିଂହ ଆହତ ହୋଇ ଘଟଣା ସ୍ଥଳରେ ପଡି ରହିଥିଲେ। ଉଭୟେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରିଥାନ୍ତି।ଖବର ପାଇ ହିରୋ ଗ୍ରାମର ସମାଜସେବୀ ନରେଶ ପଧାନ ସାଥି ମାନଙ୍କ ସହ ଉଦ୍ଧାର କରି ସମ୍ବଲପୁର ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା ସହ ଥାନାକୁ ଖବର ଦେଇଛନ୍ତି l ବାଇକ ଆରୋହୀ ଦ୍ୱୟ କୌଣସି କାମରେ ପଡ଼ିଆବାହାଲ. ପଟକୁ ଆସି ବାଇକ ନମ୍ବର ଓଡି ୧୫ ଏଫ ୭୩୨୮ ଯୋଗେ ଘରକୁ ଫେରୁଥିଲେ l ଭଣ୍ଡାରିମାଲରୁ ହିରୋ ମଝି ମୁର୍ଗାବାରି ବୁଲାଣି ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ଅନ୍ୟ ବାଟୋଇଙ୍କ ଠାରୁ ଖବର ପାଇ ନରେଶ ଓ ସାଥି ମାନେ ଘଟଣା ସ୍ଥଳକୁ ପହଞ୍ଚି ଜଣେ ମୃତ ଓ ଜଣେ ଆହତ ହୋଇ ପଡ଼ିଥିବା ଦେଖି ତାଙ୍କୁ ଉଦ୍ଧାର କରିଛନ୍ତି l ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳକୁ ପହଞ୍ଚି ନଥିବାରୁ ମୃତକ ଘଟଣା ସ୍ଥଳରେ ପଡିରହିଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କୁବି ଖବର ଦିଆଯାଇଛି ।ଖବର ଲେଖିବା ସୁଦ୍ଧା କେହି ପହଞ୍ଚି ନଥିବା ବେଳେ ସେହି ଅଞ୍ଚଳ ହାତୀଙ୍କ ଚଳାପଥ ହୋଇଥିବାରୁ ପୋଲିସ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ