Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରାକୁ ମିଳିଲା ପ୍ରକୃତ ସମ୍ମାନ: ଲୋକାର୍ପିତ ହେଲା ମଧୁ ଗଡତିଆଙ୍କ ପ୍ରତିମୂର୍ତ୍ତି

ସମ୍ବଲପୁର(ଯୁଯୋମୁରା):ସ୍ୱାଧିନତା ସଂଗ୍ରାମରେ ଯୁଯୋମୁରା କୁ ଆସି ପ୍ରକୃତ ସମାମାନ ମିଳିଛି।ଏଥିପାଇଁ ଆଜି ସହସ୍ରାଧିକ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବଢିଛି। ୧୮୫୭ ମସିହା ସିପାହୀ ବିଦ୍ରୋହ ସମୟରେ ଉଲଗୁଲାନ ଜାରି ଥିବାବେଳେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଧୁ ଗଡ଼ତିଆ ଇଂରେଜ ମାନଙ୍କ ବିରୁଦ୍ଧରେ ସାଲିସ ବିହୀନ ଲଢେଇ କରିଥିଲେ । ସ୍ୱାଭିମାନ ସହ ବୁଝାମଣା ନ କରି ଦେଶମାତୃକା ପାଇଁ ବଳିଦାନ ଦେଇଥିଲେ । ଆଜି ତାଙ୍କ ସ୍ମୃତିରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ଫଳରେ ଓଡ଼ିଶାର ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଛି ବୋଲି କହିଛନ୍ତି କେନ୍ର୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ ରବିବାର ସମ୍ବଲପୁରର ଯୁଯୋମୁରା ସ୍ଥିତ ଗ୍ରାମୀଣ ପାର୍କ ଠାରେ ଯୁଯୋମୁରା ଜମିଦାର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମଧୁ ଗଡ଼ତିଆଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ଶହୀଦ ମଧୁ ଗଡ଼ତିଆ ସ୍ମୃତି କମିଟି ଓ ଗୋଣ୍ଡ ସମାଜ ପକ୍ଷରୁ ଆୟୋଜିତ ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ଉନ୍ନବିଂଶ ଶତାବ୍ଦୀରେ ଇଂରେଜ ମାନଙ୍କ ବିରୋଧରେ ଯେତେବେଳେ ବିଦ୍ରୋହ ହୋଇଥିଲା, ଦେଶ ମାତୃକାର ସେବା ପାଇଁ ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଶହୀଦ ମଧୁ ଗଡତିଆ ଥିଲେ ଦେଶର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ । ଇତିହାସର ପୃଷ୍ଠାକୁ ଲେଉଟାଇଲେ ଦେଶକୁ ସ୍ୱାଧୀନତା ଦେବାରେ ବୀର ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ ଏବଂ ମଧୁ ଗଡ଼ତିଆଙ୍କ ପରି ଅନେକ ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଏହିଭଳି ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ରାଜ୍ୟ ଓଡ଼ିଶା ଦୋ’ ଛକିରେ ଛିଡା ହୋଇଛି । ସେତେବେଳେ ଇଂରେଜ ମାନଙ୍କ ସମୟରେ ଯେଉଁଭଳି ବାତାବରଣ ଥିଲା, ଆଜିର ବାତାବରଣ ମଧ୍ୟ ସେହିଭଳି ଅଛି । ଓଡ଼ିଶାର ଗଣତନ୍ତ୍ର ଆଜି ବିପଦରେ । ଓଡ଼ିଶାରେ ଆଜି ନେତା ନାହାନ୍ତି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମଧୁ ଗଡତିଆ, ବକ୍ସି ଜଗବନ୍ଧୁ, ଶହୀଦ ବାଜି ରାଉତଙ୍କ ପରି ନେତୃତ୍ୱ ନାହାଁନ୍ତି । ଇଂରେଜ ଶାସନ ସମୟରେ ମଧୁ ଗଡତିଆ ସମାଜରେ ସାହସ ଓ ଦମ୍ଭ ତିଆରି କରିଥିବା କାରଣରୁ ଲୋକମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଘର୍ଷ କରି ପାରିଥିଲେ । ବୀର ସୁରେନ୍ଦ୍ର ସାଏ ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ । କୁଦୋପାଲିରେ ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ବିନା ମୂଲ୍ୟରେ ଆମେ ସ୍ୱାଧୀନତା ପାଇନାହାନ୍ତି, ସ୍ୱାଧୀନତା ପାଇଁ ବଳିଦାନ ଦେବାକୁ ପଡିଛି । ଆମେମାନେ ମଧ୍ୟ ସ୍ୱାଭିମାନ ଓ ସ୍ୱାବଲମ୍ବନ ସହ ବୁଝାମଣା କରିବା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମଧୁ ଗଡ଼ତିଆଙ୍କ ସ୍ମୃତିରେ ପୁସ୍ତକ ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଯୁଯୋମୁରା ଠାରେ ଆୟୋଜିତ ଜଙ୍ଘା ଲିଙ୍ଗା ବଡ଼ଦେଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଉକ୍ତ ପ୍ରତିମୂର୍ତ୍ତି ଉନ୍ମୋଚନ ମାଧ୍ୟମରେ ତାଙ୍କର ସ୍ମୃତିକୁ ଉଜାଗର କରିଥିବାରୁ ଶହୀଦ ମଧୁ ଗଡ଼ତିଆ ସ୍ମୃତି କମିଟି ଓ ଗୋଣ୍ଡ ସମାଜକୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।ଏହି ସଫଳତା ପାଇଁ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା,ସମାଜସେବୀ ତଥା ଯୁଯୋମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ ପ୍ରମୁଖ ବହୁ ବ୍ୟକ୍ତିଙ୍କ ସହିତ ଗୋଣ୍ଡ ସମାଜର ଅଗ୍ରଗାମୀ ଚେତନାକୁ ସବୁ ମହଳରେ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ