ଧନୁପାଲି ଦୁର୍ଗା ପୂଜା:ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଚଳିତ ବର୍ଷ ଧନୁପାଲି ଦୁର୍ଗାପୂଜା ୫୦ ବର୍ଷରେ ପହଞ୍ଚି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଯାଉଛି l ତେଣୁ ଧନୁପାଲି ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ପ୍ରଥମ ବର୍ଷରୁ ଦୁର୍ଗା ପୂଜା ଆରମ୍ଭ କରିଆସୁଥିବା ସଦସ୍ୟ ମାନଙ୍କୁ ନେଇ ଆଜି ପ୍ରାୟ ୨୦୦ଜଣ ସଦସ୍ୟ ଏହି ବୈଠକରେ ଯୋଗଦେଇଥିଲେ l ବୈଠକରେ ସୁବର୍ଣ୍ଣ ଜୟନ୍ତୀ ପାଇଁ ଆଲୋଚନା କରାଯିବା ସହ ମୁଖ କମିଟି ସହ ସବକମିଟି ମାନ ଗଠନ କରାଗଲା l ସର୍ବ ସମ୍ମତି କ୍ରମେ ଚଳିତ ବର୍ଷ ପ୍ରଥମକରି ଅକ୍ଷୟ ମହାନ୍ତି ଙ୍କୁ ସୁବର୍ଣ୍ଣ ଜୟନ୍ତୀ ର ଅଧକ୍ଷ ଭାବେ ମନନିତ କରାଯାଇଛି l ସଭାପତି ଭାବେରେ ନରେନ୍ଦ୍ର ପ୍ରସାଦ ରାୟଗୁରୁ, କାର୍ଯ୍ୟକାରୀ ସଭାପତି ମୁରଲୀଧର ପାତ୍ର, ଉପସଭାପତି ଭାବେ ଅନିଲ କୁମାର ମିଶ୍ର ଙ୍କୁ ମନୋନୀତ କରାଯାଇଛି l ସମ୍ପାଦକ ଭାବେ ପ୍ରମୋଦ ମହାପାତ୍ର,ଶରତ ଚନ୍ଦ୍ର ପାଢ଼ୀ, ସହ ସମ୍ପାଦକ ଶ୍ରୀକାନ୍ତ ପାତ୍ର, ଦିଲୀପ ମହାନନ୍ଦ ଥିବାବେଳେ କୋଷାଧକ୍ଷ ଭାବେ, ଦେବାଶିଷ ମିତ୍ର, ସହକୋଷାଧକ୍ଷ ସୁଶାନ୍ତ ପାଢ଼ୀ, ରାଜୁ ମୋଦି କୁ ଦିଆଯାଇଛି l ସେହିପରି ସଭୋନିଆର କମିଟି ରେ ଦ୍ୱାରିକା ନାଥ ନାଏକ, ପ୍ରଶାନ୍ତ ମଝି ପ୍ରଦୀପ ପଣ୍ଡା ସଂଜୀବ ପାଢ଼ୀ, ବଳରାମ ହୋତା କୁ ଦାଇତ୍ୱ ଦିଆଯାଇଛି l ମନୋରଞ୍ଜନ କମିଟି ରେ ଅଶୋକ ପଟାନାଏକ,ମାନସ ମିଶ୍ର, ତନୟ ପାଣିଗ୍ରାହୀ, ମହେଶ ପଟେଲ ଙ୍କୁ ଦାଇତ୍ୱ ଦିଆଯାଇଛି lମଣ୍ଡପ ଓ ପୂଜା ଦାଇତ୍ୱ ରେ ସନୁଜ ସାହୁ, ରାହାସ ଗରଡ଼ିଆ, ସୁରେନ୍ଦ୍ର ଖଟେଇ, ସୁଶାନ୍ତ ପଣ୍ଡା, ଥିବା ବେଳେ ରିସେପ୍ସନ କମିଟିରେ ମଳୟ ରଞ୍ଜନ ପାଣିଗ୍ରାହୀ, ଲଳିତ କୁମାର ଜେନା, ମନରଞ୍ଜନ ପଣ୍ଡା, କାହ୍ନୁରାମ ଶର୍ମା, ସୁନୀଲ ସାନବଡ଼ ଙ୍କୁ ଦାଇତ୍ୱ ଦିଆଯାଇଛି l ମିଡ଼ିଆ କମିଟିରେ ସୁରେନ୍ଦ୍ର ଥାପା, ଚୈତନ୍ୟ ନାୟକ, ସଂଜୀବ ପାଣିଗ୍ରାହୀ ରହିଛନ୍ତି lଫୂଡ଼ କମିଟି ରେ ଜୟ କିଶୋର ଜାଲ, ମୁନୁ ପଟ୍ଟନାଏକ, ସଞ୍ଜୟ ପ୍ରସାଦ ପ୍ରମୁଖ ରହିଛନ୍ତି l ଭସାଣି ଶୋଭାଯାତ୍ରାରେ ଚୈତନ୍ୟ ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ଜ୍ୟୋତି ପ୍ରକାଶ ମହାନ୍ତି ରହିଛନ୍ତି।ଉପଦେଷ୍ଟା ମଣ୍ଡଳୀରେ ଉପେନ୍ଦ୍ର ମଝି, ରବୀନ୍ଦ୍ର ନାଥ ନାଏକ, ଆନନ୍ଦ ମିଶ୍ର, ବିପିନ ମିଶ୍ର, ହରିଶ ଚନ୍ଦ୍ର ସାମଲ, ରାମ ବିଶ୍ୱାଳ, ଆଶିଷ ମିଶ୍ର, ଶିବ ନାରାୟଣ ପଣ୍ଡା, ଗୋବିନ୍ଦ ତ୍ରିପାଠି, ଗୋପାଳ ତ୍ରିପାଠୀ ବିଶ୍ୱନାଥ ନନ୍ଦ, ରୁପେଶ ପଟେଲ, ଅର୍ପଣ ପ୍ରଧାନ, ସୌରଭ ମହାପାତ୍ର, ପ୍ରମୁଖ ରହିଛନ୍ତି l ଲିଗାଲ ଆଡ଼ଭାଇଜର ଭାବେ ସୁରେନ୍ଦ୍ର ଥାପା, ସରୋଜ ସାହୁ ରହିଛନ୍ତି l ଚଳିତ ବର୍ଷ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ବିଧାୟକ ଜୟ ନାରାୟଣ ମିଶ୍ର, ଯୁବ ନେତା ବିଶାଳ ଦାସ, ରେଙ୍ଗାଲି ବିଧାୟକ ନାଉରି ନାଏକ, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଝାରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସନ୍ଦୀପ ପଟ୍ଟନାଏକ, ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀ, ଡା. ନାରାୟଣୀ ପଣ୍ଡା ଙ୍କୁ ରଖାଯାଇଛି l