ତ୍ରୁଟି ମାନିଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ, ପିଲାଙ୍କୁ ମିଳିବ ଗ୍ରେସ ମାର୍କ


ଭୁବନେଶ୍ୱର: ତ୍ରୁଟି ମାନିଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ । ଯୁକ୍ତି ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ହୋଇଥିବା ମାନିଲେ ସିଏଚଏସଇ କର୍ତୃପକ୍ଷ । ପ୍ରେସମିଟ୍ କରି ମଙ୍ଗଳବାର ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଆଉଟ୍ ଅଫ ସିଲାବସ୍ ନୁହେଁ , ଚଏସ ଡେଫିସିଟ୍ ରହିଛି । ପିଲାଙ୍କୁ ଗ୍ରେସ ମାର୍କ ମିଳିବ । ହେଲେ ସମସ୍ତ ପିଲାଙ୍କୁ ସମାନ ଗ୍ରେସ ମାର୍କ ମିଳିବ ନାହିଁ ।

ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି, ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା । କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍ ଡେଫିସିଟ୍ ରହିଛି । ମୋଟ୍ ୧୯ ନମ୍ବର ଚଏସ ଡେଫିସିଟ୍ ରହିଛି । ଯେଉଁ ପିଲାମାନେ ଏସବୁ ପ୍ରଶ୍ନ ଉତର ଦେବାକୁ ଚେଷ୍ଟା କରିଛନ୍ତି ସେମାନଙ୍କୁ ଗ୍ରେସ ମାର୍କ ମିଳିବ । ଯେଉଁ ପିଲାମାନେ ଆଟେମ୍ପଟ ନେଇ ନ ଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ । ଯେତିକି ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପଟ ନେଇଥିବେ ତାହାର ପୂରା ମାର୍କ ମିଳିବ । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ ମାର୍କ ମିଳିବ ନାହିଁ । କେଉଁଠି ତ୍ରୁଟି ରହିଲା ତାର ତଦନ୍ତ କରି ପଦକ୍ଷେପ ନିଆଯିବ ।