Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ନୂତନ କର୍ମକର୍ତ୍ତା ଙ୍କୁ ସ୍ଵାଗତ

ବ୍ରହ୍ମପୁର:ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଉପ ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇ ଯାଇଛି । ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ରତ ବହୁ ସଂଖ୍ୟା ରେ କର୍ମଚାରୀ ପ୍ରତିନିଧି ଯୋଗଦାନ କରିଥିଲେ ।ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ପୁର୍ବତନ କାର୍ଯ୍ୟକାରୀ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସ୍ବାଗତ ଭାଷଣ ଦେଇଥିଲେ, ମୁଖ୍ୟ ଅତିଥି ଶ୍ରୀମତୀ ପ୍ରମିଳା ବିଷୋୟୀ, ସାଂସଦ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ, ଶ୍ରୀ ବିକ୍ରମ କୁମାର ପଣ୍ଡା ବିଧାୟକ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ,ସମ୍ମାନିତ ଅତିଥି ଭାବେ, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୋଜନା ବୋର୍ଡ ସଦସ୍ୟ ,ବ୍ରହ୍ମପୁର, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ଶ୍ରୀ ନୀଳମଣି ପଟ୍ଟନାୟକ, ସମାଜ ସେବି , ଶ୍ରୀ ଜଗ ମୋହନ ପାତ୍ର, ଉପସଭାପତି ,ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ମଞ୍ଚାସୀନ ହୋଇଥିବା ବେଳେ ଶ୍ରୀ ବ୍ରଜ କିଶୋର ନନ୍ଦ, ପୁର୍ବତନ ସାଧାରଣ ସମ୍ପାଦକ, ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ,ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ ।ମୁଖ୍ୟତଃ କର୍ମଚାରୀ ମାନଙ୍କର ମୁଖ୍ୟ ଦାବି ଯଥା ପୁରୁଣା ପେନସନ ପ୍ରଚଳନ, ବର୍ଦ୍ଧିତ ଘର ଭଡ଼ା ପ୍ରଦାନ,୨୦୧୩ ପୁର୍ବରୁ ନିଯୁକ୍ତ ଠିକା କର୍ମଚାରୀ ଙ୍କ ଠିକା ସମୟ କୁ ମୂଳ ଚାକିରି ରେ ଗଣନା କରିବା, ଶିକ୍ଷା ଗତ ଯୋଗ୍ୟତା ଅନୁଯାୟୀ ଦରମା ପ୍ରଧାନ ସମୂହ ୧୬ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାର ଙ୍କୁ ଅନୁରୋଧ କରାଗଲା ।
ଶେଷରେ ରାଜ୍ୟ ସମନ୍ବୟ ସମିତି ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଉପଦେଷ୍ଟା ଭାବେ ଜଗବନ୍ଧୁ ପାତ୍ର, ଅଧ୍ୟକ୍ଷ ଭାବେ ଶ୍ରୀ ସୁନନ୍ଦ କାନୁନଗୋ, ସଭାପତି ଭାବେ ଶ୍ରୀ ନାରାୟଣ ଦାଶ , କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଜ୍ଞାନ ରଞ୍ଜନ ଦାସ ଓ ସାଧାରଣ ସଂପାଦକ ଭାବେ ଶ୍ରୀ ରବୀନ୍ଦ୍ରନାଥ ପ୍ରଧାନ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ସ୍ଵାସ୍ଥ୍ୟ ବିଭାଗ ର ବହୁ ମୁଖୀ ସ୍ଵାସ୍ଥ୍ୟ କର୍ମୀ ସଂଘ ର ଶ୍ରୀମତୀ ମମତା ନାୟକ ବରିଷ୍ଟ ଉପ ସଭାପତି ,ଶ୍ରୀ ପ୍ରଭାତ ଶତପଥୀ ଅତିରିକ୍ତ ସମ୍ପାଦକ ,ପ୍ରଶାନ୍ତ ସାମନ୍ତରାୟ ହେଡ କ୍ୱାର୍ଟର ସମ୍ପାଦକ ,ଶ୍ରୀ ସୁଶାନ୍ତ କୁମାର କୁଣ୍ଡୁ ମିଡିଆ ସମ୍ପାଦକ ଓ ଶ୍ରୀ ଦିଲେଶ୍ଵର ଚୌଧୁରୀ,ଶ୍ରୀମତୀ ଗୁରୁବାରି ମିଶ୍ର ଓ ଶ୍ରୀ ସୁବ୍ରତ କୁମାର ଦାସ ଯୁଗ୍ମ ସଂପାଦକ ,ଶ୍ରୀମତୀ କବିତା ନାୟକ ସହଯୋଗୀ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ସ୍ଵାସ୍ଥ୍ୟ କର୍ମୀ ମହାସଂଘ ତରଫରୁ ଦିଗନ୍ତ ମହାନ୍ତି ,ବାବୁଲା ନାହାକ ,ସିଦ୍ଧାର୍ଥ ଶଙ୍କର ମହାରଣା ପ୍ରଭୁତି ସମସ୍ତ ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ସ୍ଵାଗତ ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ