Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ନାମଲେଖାରୁ ବାଦ ପଡ଼ିଥିବା ଛାତ୍ରୀଛାତ୍ରୀଙ୍କ ଅଭିଭାବକ ହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରସ୍ଥ:ପଦକ୍ଷେପ ନେବାଲୁ ପ୍ରତିଶୃତି

ସମ୍ବଲପୁର:ଆଜି ସମ୍ବଲପୁର ସହରର ବିଭିନ୍ନ ଘରୋଇ ବିଦ୍ୟାଳୟରେ ନାମଲେଖାରୁ ବାଦ ପଡ଼ିଥିବା ଛାତ୍ରୀଛାତ୍ରୀଙ୍କ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଜିଲ୍ଲା ପ୍ରତିନିଧି ତଥା ଯୁବ ବିଜେଡି ନେତା ଆଶିଷ ନନ୍ଦଙ୍କ ନୈତୃତ୍ତରେ ଅଭିଭାବକ ମାନେ ଶିକ୍ଷା ଅଧିକାରୀ ଙ୍କୁ ସାକ୍ଷାତ କରିଛନ୍ତି। ବିଶେଷ କରି ଚଳିତ ବର୍ଷ ସରକାରଙ୍କ ଶିକ୍ଷା ଅଧିକାର ଆଇନ ବଳରେ ସମ୍ବଲପୁରେ ଥିବା ବିଭିନ୍ନ ଘରୋଇ ବିଦ୍ୟାଳୟରେ ଯେଉଁ ୧୫୦ଜଣ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ ପଢିବା ପାଇଁ ନାମ ଲେଖା ଯିବା କଥା ତାହା ବୈଷୟିକ ତୃଟି ପାଇଁ ଛାତ୍ରଛାତ୍ରୀ ମାନେ ନାମ ଲେଖାଇ ପାରିନାହାନ୍ତି। ଏଣୁ ସେହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସାକ୍ଷାତ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଏବିଷୟରେ ବିହିତ ପଦକ୍ଷେପ ନିଆଯିବ ବୋଳି ପ୍ରତିଶ୍ରୁତି ଦେଇଥିବା ସୁଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ