Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ରେ ରାଜ୍ୟପାଳ ରଘୁବର ଦାସ ଙ୍କୁ ବି,ଏମ ଏସ୍ ତରଫରୁ ଆଶା ଅଙ୍ଗନୱାଡ଼ି ପାଚିକା ମାନଙ୍କ ଚାକିରି ନିୟମିତ ପାଇଁ ଦାବିପତ୍ର ପ୍ରଦାନ

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଓ କେସିଙ୍ଗା ଗ୍ରସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କୁ କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୂର ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ରାଜ୍ୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା କର୍ମୀ ,ଅଙ୍ଗନୱାଡି କର୍ମୀ ଓ ସ୍କୁଲ ପାଚିକା ମାନେ ଦଶନ୍ଧି ଦଶନ୍ଧି ଧରି କମ୍ ପାରିଶ୍ରମିକ ରେ ସରକାର ଙ୍କ ଶିଶୁ ପ୍ରଯତ୍ନ ପୃଷ୍ଟିକର ଖାଦ୍ୟ ଓ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ ସରକାର ଙ୍କୁ ନିରବଚ୍ଛିନ୍ନ ଦିବା ରାତ୍ରି ସେବା ଯୋଗାଇ ଆସୁଛନ୍ତି କିନ୍ତୁ ପରିତାପର ବିଷୟ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଚାକିରି ନିୟମିତ କରିବା ଦରମା ବୃଦ୍ଧି ଭଳି ଦାବି ଭିନ୍ନ ଭିନ୍ନ ସମୟରେ ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ସରକାର କୌଣସି ପ୍ରକାର ଆଖି ଦୃଷୀୟା ପଦକ୍ଷେପ ନେଇ ନ ଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ,ଏବଂ ସମସ୍ତ ଦାବି ପୂରଣ ପାଇଁ କଳାହାଣ୍ଡି ଗ୍ରସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କୁ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ଉପସ୍ଥିତି ରେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ବିଶ୍ୱ ରଞ୍ଜନ ସା , ବରିଷ୍ଠ କାର୍ଯ୍ୟକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା, କଳାହାଣ୍ଡି ବି , ଏମ, ଏସ କୋଷାଧ୍ୟକ୍ଷ ପ୍ରମୋଦ ବଣିଆ, ସନ୍ନ୍ୟାସ ପଧାନ, ଜିଲ୍ଲା ସମ୍ପାଦିକା ପ୍ରେମଲତା ସାମନ୍ତରାୟ , ରାଜ୍ୟ ମହିଳା ଆୟୋଗ ଝୁନୂପମା ଶତପଥୀ , ଜିଲ୍ଲା କୋଠାବାଡ଼ି ସମ୍ପାଦକ ରାଧାକାନ୍ତ ବେହେରା , ସଭାପତି ଭବାନୀ ଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ରହି ମହାମହିମ ରାଜ୍ୟପାଳ ଙ୍କୁ ବିଭିନ୍ନ ଦାବି ପ୍ରଦାନ କରିଛନ୍ତି