Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ହାତୀ ଉପଦ୍ରବ,ଚାଷୀଙ୍କ ସମସ୍ତ ଫସଲ ନଷ୍ଟ କଲେ ହାତୀପଲ

ସମ୍ବଲପୁର : ବଡରମା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଏନେଇ ଜଙ୍ଗଲ ବିଭାଗର କାର୍ଯ୍ୟାନୁଷ୍ଠାନ ଅତି ନ୍ୟୁନ ରହିଛି। ହାତୀପଲ ପ୍ରାୟତଃ ଫସଲ ହାନୀ କରିବା ସଙ୍ଗେ ସଙ୍ଗେ ଗାଁ ମୁହାଁ ହେଉଛନ୍ତି। ତେଣୁ ବିଭାଗ ପ୍ରତି ଧୀରେ ଧୀରେ ଜନସାଧାରଣଙ୍କର ଚିନ୍ତାଧାରା ବଦଳିବାରେ ଲାଗିଛି।
ଗତକାଲି ରାତିରେ ବଡରମା ରେଞ୍ଜ ଗୌଡ଼ପାଲି ସେକ୍ସନ ମୁଣ୍ଢେନପାଲି ବିଟ ସାହାଜବାହାଲ ଗ୍ରାମର ହରିବନ୍ଧୁ ବାଗର୍ତ୍ତିଙ୍କର ଫସଲ ଏକ ଦୁଇ ଘରିଆ ହାତୀପଲ ସଂପୂର୍ଣ୍ଣ ଭାବେ ନଷ୍ଟ କରିଛନ୍ତି। ହରିବନ୍ଧୁଙ୍କ ପ୍ରାୟ ଦୁଇ ଏକର ଡାଳୁଅ ଧାନ ଚାଷ ସଂପୂର୍ଣ୍ଣ ଭାବେ ମାଡ଼ି ଦଳି ନଷ୍ଟ କରିଥିବା ବେଳେ ତାଙ୍କର ଆଳୁ ଚାଷ, ବିଲାତି ବାଇଗଣ ଚାଷ, କଖାରୁ ଚାଷ, କୋବି ଚାଷ, ଝୁନଗା ଚାଷ ପ୍ରାୟ ସବୁ ଜାଗାରେ ମାଡ଼ିଦେଇ ନଷ୍ଟ କରିଛନ୍ତି ଏହି ହାତୀପଲ। ତେବେ ହରିବନ୍ଧୁ ଏନେଇ ସଂପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେ ବର୍ତ୍ତମାନ କିପରି ପରିବାର ପ୍ରତିପୋଷଣ କରିବେ, ସେନେଇ ଗଭୀର ଚିନ୍ତାରେ ଅଛନ୍ତି ହରିବନ୍ଧୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ