କରାମାଡରେ ବ୍ୟାପକ ଫସଲ ହାନୀ, ଚିନ୍ତାରେ ଚାଷୀ

ସମ୍ବଲପୁର : ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରାୟ ଗ୍ରାମରେ ଗତକାଲି ସନ୍ଧ୍ୟାରେ ବର୍ଷା ସହିତ କରାମାଡ ହୋଇଥିଲା। ତେବେ ଏଥିରେ ହୋଇଥିବା କରାମାଡ଼ ଜନିତ ଫସଲ ହାନୀ ଯୋଗୁଁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ କୁଲୁଣ୍ଡି ଗ୍ରାମର ଯୁବ ଚାଷୀ ସୁମନ୍ତ ଗଡତିଆଙ୍କ ପ୍ରାୟ ଏକ ଏକର ବିଶିଷ୍ଟ ଜମିରେ ଆଳୁ ଚାଷ, ଦେଢ଼ ଏକର ସୋରିଷ ଓ ପ୍ରାୟ ଅଢେ଼ଇ ଏକର ମୁଗ ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ରାମକୃଷ୍ଣ ପଧାନଙ୍କ ବିଲାତି ବାଇଗଣ ଓ ସୁବାସ ପଧାନଙ୍କ କୋବି ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏନେଇ ଉକ୍ତ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।