ପ୍ରେମିକାକୁ ପେଟ୍ରୋଲ ଢାଳି ପୋଡି ଦେବା ଘଟଣାରେ ଅଭିଯୁକ୍ତ ପ୍ରେମିକ ଲିଙ୍ଗରାଜ କୁ କୋର୍ଟଚାଲାଣ କରିଛି ପୋଲିସ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବଳିପାଲି ଗ୍ରାମରେ ସନ୍ଦେହ କରି ନିଜ ପ୍ରେକିକା କୁ ପ୍ରଥମେ ତଣ୍ଟି ଚିପି ହତ୍ୟା ଓ ପରେ ପ୍ରମାଣ ନଷ୍ଟ ପାଇଁ ଗଛରେ ଝୁଲାଇ ଦେବା ଓ ପୁଣି ପେଟ୍ରୋଲ ଢାଳି ଜାଳି ଦେବା ଘଟଣା ରେ ପୋଲିସ ଅଭିଯୁକ୍ତ ପ୍ରେମିକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ପ୍ରେମିକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ବଳିପାଲି ଗ୍ରାମର ଲିଙ୍ଗରାଜ ଦେହୁରୀ (୨୪) ବୋଲି ପୋଲିସ ସୂଚନା ଦେଇଛି । ଜାମିନ ନାମଞ୍ଜୁର ହେବାରୁ ସ୍ଥାନୀୟ ବିଚାର ବିଭାଗୀୟ ଜେଲ କୁ ପଠାଇ ଦିଆ ଯାଇଛି । ସୂଚନା ଯେ ଗିରଫ ଲିଙ୍ଗରାଜ ସମ୍ବଲପୁର ଜିଲ୍ଲା କତରବଗା ଥାନା ଲାଉବହାଲ ଗ୍ରାମର କୁଳମଣି ପଟଣିଆଁ ଙ୍କ ସାନ ଝିଅ ମନ୍ଦାକିନୀ ପଟନିଆଁ (୨୪) ଙ୍କ ସହିତ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା । ୟା ଭିତରେ ଯୁବତୀ ଜଣକ ଅନ୍ୟ ଜଣେ ଯୁବକ ଙ୍କ ସହିତ କଥା ବାର୍ତ୍ତା ହେଉଥିବା ସନ୍ଦେହ କରି ଯୁବତୀ ଙ୍କୁ ଗିରଫ ଲିଙ୍ଗରାଜ ତାଙ୍କ ଘରକୁ ଡାକିଥିଲା । ତେବେ ଯୁବତୀ ଜଣକ ବସ ଯୋଗେ ଆସିଲା ପରେ ଶନିବାର ସନ୍ଧ୍ୟା ବେଳେ ଲୁତୁରପଙ୍କ ସ୍ଥିତ ଗୋହିରା ଛକ ରେ ଓହ୍ଲାଇଥିଲେ । ଯୁବକ ଜଣକ ତାଙ୍କୁ ସେଠାରୁ ତାଙ୍କ ସାଇକେଲ ରେ ନେଇଥିଲେ । ଉଭୟଙ୍କ ମଧ୍ୟରେ ବାଟରେ ପ୍ରେମ ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା । ଯୁବତୀ ଙ୍କୁ କାହିଁକି ଅନ୍ୟ ଜଣେ ଯୁବକ ଙ୍କ ସହିତ କଥା ହେଉଛ ବୋଲି ଯୁବକ ଜଣକ ପ୍ରଶ୍ନ କରିବାରୁ ଆଲୋଚନା ରେ ଯୁକ୍ତିତର୍କ ତୀବ୍ର ହୋଇଥିଲା । ଏଥିରେ ଯୁବକ ଜଣକ ଉତ୍ କ୍ଷୀପ୍ତ ହୋଇ ଯୁବତୀ ଙ୍କ ଚୁନେରି ରେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ଏକ ଗଛରେ ଝୁଲାଇ ଦେଇଥିଲା । ସେ ପୁଣି ଘରକୁ ଆସି ପେଟ୍ରୋଲ ଆଣି ଜାଳି ଦେଇଥିଲା । ହୀରାପାଲି ନିକଟ ରେ ଏକ ଜମିରେ ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଥିବା ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଆସି ମୃତ ଦେହ ଚିହ୍ନଟ କରିଥିଲା । ମୃତା ଜଣକ ହେଲେ ସମ୍ବଲପୁର ଜିଲ୍ଲା କତରବଗା ଥାନା ଲାଉବାହାଲ ଗ୍ରାମର କୁଳମଣି ପଟନିଆଁ ଙ୍କ ସାନ ଝିଅ ମନ୍ଦାକିନୀ ବୋଲି ଜଣା ପଡିଥିଲା । ପରିବାର ଲୋକ ଖବର ପାଇଁ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ର ବାପାଙ୍କ ଅଭିଯୋଗ ଆଧାର ରେ ବୀରମହାରାଜପୁର ଥାନା ରେ ଏକ ମାମଲା ( କେସ ନଂ ୮୪/୨୪) ରୁଜୁ ହୋଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଏହି ଘଟଣା ରେ ସଂପୃକ୍ତ ଯୁବତୀ ଙ୍କ ପ୍ରେମିକ ଲିଙ୍ଗରାଜ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ତେବେ ବୁଧୁବାର ଅଭିଯୁକ୍ତ ଲିଙ୍ଗରାଜ କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମାଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆ ଯାଇଛି ।