Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା ହକି ଟୁର୍ନାମେଣ୍ଟ ଉଦଯାପିତ: ଆନନ୍ଦନଗର ବିଜୟୀ

ସମ୍ବଲପୁର:ଯୁଯୋମୁରା ହକି ଷ୍ଟାଡିୟମ୍ ଠାରେ ଚାଲିଥିବା ଯୁଯୋମୁରା ହକି ଟୁର୍ଣ୍ଣାମେଣ୍ଟ ୨୦୨୪ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଆନନ୍ଦନଗର ବିଜୟୀ ହୋଇଛି।ଉଦଯାପନି ସମାରୋହରେ ପୁର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପୁର୍ବରୁ ସେ ଯୁଯୋମୁରା ସ୍ଥିତ ସହିଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସହସହ ବିଜେଡି କାର୍ଯ୍ୟକତ୍ତା ଓ ଜନସାଧାରଣ ଶ୍ରୀଯୁକ୍ତ ପ୍ରଶନ୍ନ ଆଚାର୍ଯ୍ୟ ଙ୍କୁ ଭବ୍ୟ ସ୍ଵାଗତ କରି ଯୁଯୋମୁରା ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।ଏହି ଚାରିଦିନିଆ ହକି ଟୁର୍ଣ୍ଣାମେଣ୍ଟ ରେ ମୋଟ ୪୦ ଗୋଟି ହକି ଦଳ ଅଂଶଗ୍ରହଣ କରିଛନ୍ତି। ଆଜି ଏହାର ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ପୁର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଚର୍ଚ୍ଚାର ପାଦ୍ରୀ ଶବନ ବଙ୍କର, ସମ୍ପାଦକ ବିଜୟ ଲୁଙ୍ଗ,ମେଘପାଲ ସରପଞ୍ଚ ମମତା ପ୍ରଧାନ, ଯୁଯୋମୁରା ସରପଞ୍ଚ ବାସନ୍ତୀ ପ୍ରଧାନ,କେସାପାଲି ସରପଞ୍ଚ ରୀତାଞ୍ଚଲି ନାଏକ, ଝାଙ୍କରପାଲି ସରପଞ୍ଚ ନିରଞ୍ଜନ ପଣ୍ଡା,ଛାମୁଣ୍ଡା ସରପଞ୍ଚ ବନିତା ଭୋଇ, ଡଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା,ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ଲିପିଣ୍ଡା ସମିତି ସଭ୍ୟ ନୃପଶେଖର କୁମୁରା,ସରକାରୀ ଓକିଲ ଅଶୋକ ସେନାପତି, ଯୁବବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା ର ଧାରା ବିବରଣୀ ଡେବିଟ ଟପ୍ନୋ ଦେଇଥିଲେ। ଏହାର ଫାଇନାଲ ଖେଳଟି ବାଣିଝରଣ ନ୍ୟୁ ରାଇଜିଙ୍ଗ ଷ୍ଟାର ଓ ଆନନ୍ଦ ନଗର ହୋଇଥିବା ବେଳେ ଆନନ୍ଦ ନଗର ୨-୧ ଗୋଲରେ ବିଜୟୀ ହୋଇଥିଲା। ଏହାସହ ପ୍ରତିଯୋଗିତା ର ବିଜୟି ଦଳକୁ ୧୨ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୮ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସହିଦ୍ ମାଧୋ ସିଂ ହକି ଏକାଡେ଼ମୀ ଯୁଯୋମୁରା ଓ ଜିଇଏଲ ଚର୍ଚ୍ଚ ଯୁଯୋମୁରା ପକ୍ଷରୁ ମିଳିତ ଭାବରେ ଏହାକୁ ଆୟୋଜନ କରାଯାଇଥିଲା। ସହିଦ୍ ମାଧୋ ସିଂ ହକି ଏକାଡେ଼ମୀ ଯୁଯୋମୁରା ପକ୍ଷରୁ ସମ୍ପାଦକ ଲକ୍ଷ୍ମୀଧର ମହାନ୍ତିଙ୍କ ସହ ସବୁ ସଭ୍ୟ ମାନେ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ