ଭୁୁବନେଶ୍ୱର: ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କୁ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଓଟିଇଟି ପାସ୍ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରିମକ ବୃଦ୍ଧି କରାଯାଇଛି । ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବୃଦ୍ଧି । ଅନ୍ୟପଟେ ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ନିୟମିତ ହେବେ । ଏକ୍ସ କ୍ୟାଡର ଭାବେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଓଟିଇଟି ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଂଟ ଦିଆଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତିରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଉପକୃତ ହେବେ ।
ସୂଚନାଯୋଗ୍ୟ, ଦରମା ବୃଦ୍ଧି ଦାବିରେ ମାସ ମାସ ଧରି ଗଣଶିକ୍ଷକ ଓ ସହକାରୀ ଶିକ୍ଷକ ଭୁୁବନେଶ୍ୱର ଲୋୟରପିଏମଜିରେ ଧାରଣା ଦେଇ ଆସୁଥିଲେ । ବହୁ ବର୍ଷ ଧରି ତାଙ୍କର ଦାବିକୁ ରାଜ୍ୟ ସରକାର ଅଣଦେଖା କରି ଆସୁଥିଲେ । ତେବେ ନିର୍ବାଚନକୁ ଆଖି ଆଗରେ ରଖି ଏବଂ ଭୋଟ ବ୍ୟାଙ୍କକୁ ଦେଖି ରାଜ୍ୟ ସରକାର ଏମିତି ନିଷ୍ପତି ନେଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି ।